ଭୁବନେଶ୍ୱର: ସରକାରୀ ଚାକିରି ଖୋଜୁଥିଲେ ଆସିଲା ଖୁସି ଖବର। ଆସିଲା ବଡ଼ ନିଯୁକ୍ତି ଖବର। ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକମାନଙ୍କର ୫୫୫ଟି ପଦବୀ ପୂରଣ ହେବ। ଏଥିପାଇଁ SSB ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଜୁଲାଇ ୨୫ ହେଉଛି ଫର୍ମ ଦାଖଲ କରିବାର ଶେଷ ତାରିଖ।
ଏହି ନିଯୁକ୍ତି ପ୍ରକ୍ରିୟାରେ ଶିକ୍ଷକମାନଙ୍କର ୫୫୫ଟି ପଦବୀ ପୂରଣ ହେବ। ଆଗ୍ରହୀ ପ୍ରାର୍ଥୀମାନେ SSBର ଅଫିସିଆଲ୍ ୱେବସାଇଟ୍ ssbodisha.ac.inକୁ ଯାଇ ଅନ୍ଲାଇନରେ ଆବେଦନ କରିପାରିବେ।
ଆବେଦନ ପାଇଁ ବୟସ ସୀମା ଓ ଶୁଳ୍କ କେତେ ?
ଏହି ପୋଷ୍ଟ ପାଇଁ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ସାଧାରଣ ଓ SEBC ବର୍ଗଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଛି। SC / ST / PWD ବର୍ଗଙ୍କ ୨୦୦ ଟଙ୍କା ଆବେଦନ ଶୁଳ୍କ ଧାର୍ଯ୍ୟ କରାଯାଇଛି
ଦରମା :-
ଶିକ୍ଷକଙ୍କ ସର୍ବନିମ୍ନ ମାସିକ ଦରମା ୪୪ ହଜାର ୯୦୦ ଟଙ୍କା ଓ ସର୍ବାଧିକ ମାସିକ ଦରମା ୧ ଲକ୍ଷ ୪୨ ହଜାରରୁ ଅଧିକ ରହିଛି ।
ଆବେଦନ ପ୍ରକ୍ରିୟା:
ପ୍ରଥମେ SSBର ଅଫିସିଆଲ୍ ୱେବସାଇଟ୍ ssbodisha.ac.in କୁ ଯାଆନ୍ତୁ। ହୋମ୍ପେଜ୍ରେ, Apply online ଲିଙ୍କ୍ରେ କ୍ଲିକ୍ କରନ୍ତୁ। ନିଜକୁ ପଞ୍ଜିକରଣ କରନ୍ତୁ ଏବଂ ଆବେଦନ ପ୍ରକ୍ରିୟାକୁ ଆଗକୁ ନିଅନ୍ତୁ। ତାପରେ ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ। ଆବେଦନ କରି ସାରିବା ପରେ ଆବେଦନ ଶୁଳ୍କ ପୈଠ କରନ୍ତୁ ଏବଂ Submit ଉପରେ କ୍ଲିକ୍ କରନ୍ତୁ। ସବୁ ପ୍ରକ୍ରିୟା ସରିବା ପରେ ପ୍ରମାଣ ରଖିବା ପାଇଁ ଶୁଳ୍କ ପୈଠର ଡକ୍ୟୁମେଣ୍ଟ ଡାଉନ୍ଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ କାଢି ରଖନ୍ତୁ।