fbpx

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୮ ହଜାରରୁ ଅଧିକ କର୍ମଚାରୀ ପାଇବେ ପ୍ରମୋସନ, ଜାଣନ୍ତୁ କେଉଁ କ୍ୟାଡରରୁ କେତେ ଜଣ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଆଠ ହଜାରରୁ ଅଧିକ କେନ୍ଦ୍ରୀୟ ସଚିବାଳୟ କ୍ୟାଡରର କର୍ମଚାରୀଙ୍କ ପ୍ରମୋସନ ନେଇ ଆଦେଶ ପାରିତ ହୋଇଛି । ଏଥିରେ ତିନି ସଚିବାଳୟ କ୍ୟାଡର, କେନ୍ଦ୍ରୀୟ ସଚିବାଳୟ ସେବା, କେନ୍ଦ୍ରୀୟ ସଚିବାଳୟ ଷ୍ଟେନୋଗ୍ରାଫର ସର୍ଭିସ, କେନ୍ଦ୍ରୀୟ ସଚିବାଳୟ କ୍ଲରିକାଲ ସର୍ଭିସ କର୍ମଚାରୀମାନେ ସାମିଲ ରହିଛନ୍ତି ।

ଏହି ଘୋଷଣା ଫଳରେ ଏବେ କେନ୍ଦ୍ରୀୟ ସଚିବାଳୟ ସେବାରୁ ୪୭୦୦, କେନ୍ଦ୍ରୀୟ ସଚିବାଳୟ ଷ୍ଟେନୋଗ୍ରାଫର ସେବାରୁ ୨୯୦୦ ଓ କ୍ଲରିକାଲ ସର୍ଭିସରୁ ୩୮୯ ଜଣ କର୍ମଚାରୀ ପ୍ରମୋସନ ପାଇବେ । ଖବର ମୁତାବକ, ସରକାରୀ କର୍ମଚାରୀଙ୍କ ପରସ୍ପର ବିରୋଧରେ ଦାୟର ହୋଇଥିବା ମାମଲାକୁ ନେଇ ଅନେକଙ୍କ ପ୍ରମୋସନ ଅଟକି ରହିଥିଲା । ୩୨୭ଟି ନିର୍ଦ୍ଦେଶକ ପଦ, ୧୦୯୭ଟି ଉପସଚିବ ପଦ ଓ ୧୪୭୨ଟି ସେକ୍ସନ ଅଫିସ ପଦରେ ପ୍ରମୋସନ ହେବ । କେନ୍ଦ୍ରୀୟ ସେବାରେ ୪୭୩୪ ଅଧିକାରୀଙ୍କର ପ୍ରମୋସନ ହେବ ।

ଚଳିତ ଥର କେନ୍ଦ୍ରୀୟ ଷ୍ଟେନୋଗ୍ରାଫର ସଭିସର ୧୫୭ଟି ପ୍ରିନ୍ସପାଲ ଷ୍ଟାଫ କର୍ମଚାରୀ, ୧୫୩ ସିନିୟର ପ୍ରିନ୍ସପାଲ ପ୍ରାଇଭେଟ ସେକ୍ରେଟାରୀ ଓ ୧୨୦୮ଟି ପ୍ରିନ୍ସପାଲ ପ୍ରାଇଭେଟ ସେକ୍ରେଟାରୀ ପଦ ସାମିଲ ରହିଛି । ଏହି ସେବାରେ ୨୯୬୬ ଜଣ ଅଧିକାରୀ ପ୍ରମୋସନ ପାଇବେ । ଗତ ୨୦୧୯ରେ ୪ ହଜାର ଅଧିକାରୀଙ୍କ ପ୍ରମୋସନ ହୋଇଥିବା ବେଳେ ଏଥର ୮,୦୮୯ ଜଣ ପ୍ରମୋସନ ପାଇବେ ।

Get real time updates directly on you device, subscribe now.