fbpx

ପୁଣି ଏକ ବଡ଼ ଅଘଟଣ: ଅଚାନକ ଖସିଲା ୟୁନିଟ୍ ଷ୍ଟୋରେଜ, ଧାନ ଗୋଦାମ ଭିତରେ ଫଶି ରହିଛନ୍ତି ୧୦ରୁ ଅଧିକ ଶ୍ରମିକ

ନୂଆଦିଲ୍ଲୀ: ଗତ ମାସ ୧୨ ତାରିଖରେ ଉତ୍ତରାଖଣ୍ଡର ଉତ୍ତରାକାଶୀ ଜିଲ୍ଲାର ସିଲକ୍ୟାରା ସୁଡ଼ଙ୍ଗ ଭିଶୁଡ଼ିବା ଫଳରେ ତା’ ଭିତରେ ୪୧ ଜଣ ଶ୍ରମିକ ଫଶିଯାଇଥିଲେ । ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଶେଷରେ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ତେବେ ଉକ୍ତ ସୁଡ଼ଙ୍ଗ ଦୁର୍ଘଟଣା ଗୋଟିଏ ସପ୍ତାହ ନ ପୂରୁଣା ପୁଣି ଦେଖିବାକୁ ମିଳିଛି ଆଉ ଏକ ବଡ଼ ଦୁର୍ଘଟଣା ।

ସୂଚନା ମୁତାବକ, କର୍ଣ୍ଣାଟକରୁ ଆସିଛି ଏଭଳି ଏକ ଖବର । ବିଜୟପୁରାରେ ଏକ ଗୋଦାମ ଘରେ ଷ୍ଟୋରେଜ ୟୁନିଟ ଖସିବା କାରଣରୁ ୧୦ରୁ ଅଧିକ ଶ୍ରମିକ ଶସ୍ୟ ଭର୍ତ୍ତି ଅଖା ଥାକର ଭିତରେ ଫଶି ଯାଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ବିଜୟପୁରା ଡେପୁଟି କମିଶନର ଏ ବାବଦରେ ସୂଚନା ଦେଇଛନ୍ତି ।

ତେବେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପାଖାପାଖି ୧୦-୧୨ ଜଣ ଶ୍ରମିକ ଫଶିଥିବା କୁହାଯାଉଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ସହ ଏକ ଘରୋଇ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା କରଯାଉଛି । ଶ୍ରମିକମାନେ ଗୋଦାମରେ କାମ କରୁଥିବା ବେଳେ ଅଚାନକ ଏହି ଅଘଟଣା ଘଟିଥିଲା । ଶସ୍ୟ ଭର୍ତ୍ତି ଅଖା ଅଚାନକ ଓଲଟି ପଡ଼ିବା ଫଳରେ ତାହା ଶ୍ରମିକଙ୍କ ଉପରେ ପଡ଼ିଥିଲା । ଫାୟାର ବ୍ରିଗେଟ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ଶ୍ରମିକମାନଙ୍କୁ ଯଥାସମ୍ଭବ ଉଦ୍ଧାର କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.