fbpx

ସକାଳୁ ବିଳମ୍ବରେ ବ୍ରସ କରୁଥିଲେ ସାବଧାନ ! ହୋଇପାରେ ଏହି କର୍କଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ହୁହୁ ହୋଇ ବଢିବାରେ ଲାଗିଛି । ତେବେ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ସକାଳର ଗୋଟିଏ ଭୁଲ ଏହି ବିପଦକୁ ବୃଦ୍ଧି କରିପାରେ । ନିୟମିତ ଭାବରେ ଦାନ୍ତ ଘଷିବା ଏବଂ କୁଳି କରିବା ଦ୍ବାରା ମୁଣ୍ଡ ଏବଂ ଗଳା କର୍କଟ ରୋଗ ହେବାର ଆଶଙ୍କା କମିଯାଏୃ । ଆମେରିକୀୟ ବୈଜ୍ଞାନିକଙ୍କ ଅଧ୍ୟୟନ ଅନୁଯାୟୀ, ପାଟି ସଫା ନକରିବା ଦ୍ବାରା କେବଳ ମଧୁମେହ ଏବଂ ଉଚ୍ଚ ରକ୍ତଚାପର ଆଶଙ୍କା ବୃଦ୍ଧି ହେବ ତାହା ନୁହେଁ ବରଂ ମୁଣ୍ଡ ଏବଂ ବେକ କର୍କଟ ରୋଗ ମଧ୍ୟ ବଢିଥାଏ ।  ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରତିଦିନ ସକାଳୁ ଶୀଘ୍ର ବ୍ରସ କରିବା ଜରୁରୀ ଅଟେ ।

କର୍କଟ ରୋଗର ଆଶଙ୍କା ଏବଂ ପାଟିରେ ଥିବା କେତେକ ଜୀବାଣୁ ମଧ୍ୟରେ ଥିବା ସମ୍ପର୍କକୁ ଚିହ୍ନିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା ।  NYU ଲାଙ୍ଗୋନ୍ ହେଲଥ ଏବଂ ଏହାର ପର୍ଲମୁଟର କର୍କଟ କେନ୍ଦ୍ରର ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ ପାଟିରେ ରହୁଥିବା ଶହ ଶହ ପ୍ରକାରର ଜୀବାଣୁ ମୁଣ୍ଡ ଏବଂ ବେକ ସ୍କ୍ୱାମସ୍ କୋଷ ବୃଦ୍ଧି ହେବାର ଆଶଙ୍କା 50 ପ୍ରତିଶତ ବଢାଇଥାଏ । ଏଥିରୁ ସ୍ପଷ୍ଟ ହୋଇଛି ଯେ, ପାଟିରେ ଥିବା ଜୀବାଣୁ କ୍ୟାନ୍ସର ଆଶଙ୍କା ବୃଦ୍ଧି କରିପାରେ ।

NYU ଗ୍ରସମାନ ସ୍କୁଲ ଅଫ୍ ମେଡିସିନ୍‌ର ଜନସଂଖ୍ୟା ସ୍ୱାସ୍ଥ୍ୟ ବିଭାଗର ପୋଷ୍ଟଡକ୍ଟରାଲ୍ ସହକର୍ମୀ କ୍ୱାକ କହିଛନ୍ତି ଯେ ଏହି ଜୀବାଣୁ ବାୟୋ ମାର୍କର୍ ଭାବରେ କାର୍ଯ୍ୟ କରିପାରିବେ ଯାହାର ବିପଦ ଅଧିକ ରହିଥାଏ ।କ୍ୱାକ କହିଛନ୍ତି ଯେ ପୂର୍ବ ଅନୁସନ୍ଧାନରେ ଏହି କର୍କଟ ରୋଗରେ ପୀଡିତ ଲୋକଙ୍କ ଟ୍ୟୁମର ନମୁନାରେ କିଛି ଜୀବାଣୁ ଚିହ୍ନଟ ହୋଇସାରିଛନ୍ତି । ତେବେ ଏହି ରିସର୍ଚ୍ଚରୁ ଜଣାପଡିଛି ଯେ, ସକାଳୁ ଉଠି ବିଳମ୍ବ ନକରି ଦାନ୍ତକୁ ଶୀଘ୍ର ପରିଷ୍କାର କରିବା ଜରୁରୀ ଅଟେ । ଏହା କ୍ୟାନ୍ସରର ଆଶଙ୍କାକୁ କମ୍ କରିପାରେ । ବିଶେଷ କରି ମୁଣ୍ଡ ଏବଂ ବେକର ଆଶଙ୍କା କମ୍ ରହିଥାଏ ।

Get real time updates directly on you device, subscribe now.