fbpx

ଏହି ବୟସରେ ଅଧିକ ଲୋକ ଆରମ୍ଭ କରନ୍ତି ‘ମଦ୍ୟପାନ’: ସର୍ଭେରୁ ହେଲା ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ଭାରତରେ ଅଧିକ ସଂଖ୍ୟକ ଲୋକେ ମଦ୍ୟପାନ କରିବାକୁ ପସନ୍ଦ କରନ୍ତି । ଏଠାରେ ଲୋକମାନେ କମ୍ ବୟସରେ ମଦ ପିଇବା ଆରମ୍ଭ କରିଦିଅନ୍ତି । ୪୩ ପ୍ରତିଶତରୁ ଅଧିକ ଲୋକ ସପ୍ତାହରେ ୨ରୁ ୪ ଥର ମଦ ପିଇଥାନ୍ତି । ଏହାର ଖୁଲାସା ଏକ ସର୍ଭେରୁ ସାମ୍ନାକୁ ଆସିଛି ।

ତେବେ ଦିଲ୍ଲୀରେ ମଦ ପିଇବାର ଆଇନଗତ ବୟସ ହେଉଛି ୨୫ ବର୍ଷ । ସେଠାରେ ମଦ ପିଇବାକୁ ନେଇ ଏକ ସର୍ଭେ କରାଯାଇଥିଲା, ଯାହାକି ସିଏଡିଡି ପକ୍ଷରୁ କରାଯାଇଥିଲା । ୨୦ ନଭେମ୍ବରରୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ କରାଯାଇଥିବା ସର୍ଭେରେ ୫୦ ପ୍ରମୁଖ ଦୋକାନ, ବାର ଓ ରେଷ୍ଟୁରାଣ୍ଟ ବାହାରେ ପ୍ରାୟ ୧୦,୦୦୦ ଲୋକଙ୍କ ସହ କଥାବାର୍ତ୍ତା କରାଟାଇଥିଲା । ସେମାନଙ୍କ ମଧ୍ୟରେ ୫,୯୭୬ ପୁରୁଷ ଓ ୪,୦୨୪ ମହିଳା ସାମିଲ ଥିଲେ, ଯେଉଁମାନଙ୍କ ବୟସ ୨୫ ବର୍ଷ ବସୟରୁ କମ୍ ।

ସର୍ଭେରେ ୮୯ ପ୍ରତିଶତରୁ ଅଧିକ ଲୋକ କହିଛନ୍ତି ଯେ, ସେମାନେ ୨୧ ବର୍ଷ ବୟସ ପୂର୍ବରୁ ମଦ୍ୟପାନ କରିବା ଆରମ୍ଭ କରିଥିଲେ । ସର୍ଭେ ଅନୁସାରେ, ପ୍ରାୟ ୪୪.୫ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ ସେମାନେ ମଦ୍ୟପାନ କରିବା ପରେ ବେପରୁଆ ଭାବରେ ଗାଡି ଚଳାନ୍ତି । ତୀବ୍ର ବେଗରେ ଗାଡ଼ି ଚଳାଇବା ଓ ବାଇକ୍ ଷ୍ଟଣ୍ଟ୍ ମଧ୍ୟ କରନ୍ତି ।

ସେମାନେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ,ମଦ ପିଇବା ପରେ କାରରେ ସିଟ୍ ବେଲ୍ଟ ପିନ୍ଧିବା ବାଇକରେ ହେଲମେଟ ପିନ୍ଧିବା ଭଳି ସୁରକ୍ଷା ନିୟମ ପାଳନ କରନ୍ତି ନାହିଁ । ସର୍ଭେ କରାଯାଇଥିବା ଲୋକଙ୍କ ମଧ୍ୟରୁ ୩୫.୮ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି ଯେ ସେମାନେ ମଦ୍ୟପାନ କରିବା ପରେ ଝଗଡ଼ା କରନ୍ତି । ୧୯.୭ ପ୍ରତିଶତ ଲୋକ କହିଛନ୍ତି ଯେ ମଦ୍ୟପାନ କରିବା ପରେ ସେମାନେ ଅନ୍ୟ ଜେଣ୍ଡରର ଲୋକଙ୍କ ସହ ଆକ୍ରମଣାତ୍ମକ ବ୍ୟବହାର କରନ୍ତି ।

ସର୍ଭେରେ ଏହା କୁହାଯାଇଛି ଯେ, ୧୭ ପ୍ରତିଶତ ଲୋକ ୧୩-୧୫ ବର୍ଷ ବୟସରେ ପ୍ରଥମ ଥର ପାଇଁ ମଦ୍ୟପାନ କରିଥିଲେ । ୩୭.୧ ପ୍ରତିଶତ ଲୋକ ୧୬-୧୮ ବର୍ଷ ବୟସରେ ମଦ୍ୟପାନ କରିଥିଲେ । ଚିନ୍ତାର ବିଷୟ ଯେ, ପ୍ରାୟ ୮୯.୪ ପ୍ରତିଶତ ଲୋକ ୨୧ ବର୍ଷ ବୟସ ପୂର୍ବରୁ ମଦ୍ୟପାନ କରିଥିଲେ ବୋଲି ସର୍ଭେରେ କୁହାଯାଇଛି ।

Get real time updates directly on you device, subscribe now.