fbpx
BSKY
BJD YOUTH SKY
BJD MS SKY

କଳିଯୁଗର ମା’! ୩ ବର୍ଷର ପୁଅର ମୁଣ୍ଡ କାଟି କଲା ହତ୍ୟା

କୋରାପୁଟ(ଓଡ଼ିଶା ଭାସ୍କର): ଆଜିକାଲି ସମାଜରେ ପାରିବାରିକ ସମ୍ପର୍କ ବି କଳୁଷିତ ହେବାରେ ଲାଗିଛି । ବାପ-ପୁଅକୁ ମାରୁଛି ତ ଭାଇ ଭାଇକୁ ମାରୁଛି । ସେହିପରି କୋରାପୁଟରୁ ଆସିଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ୩ ବର୍ଷ ବୟସର ପୁଅର ମୁଣ୍ଡ କାଟି ହତ୍ୟା କରିଛି ମା’ ।

କୋରାପୁଟ ସଦର ଥାନା ଲୁକୁମାରୀ ଗାଁରେ ଘଟିଛି ଏହି ବର୍ବର କାଣ୍ଡ । ଗାଁରେ ଚଇତିପର୍ବ ଚାଲିଥିବା ବେଳେ ଘଟିଥିଲା ଏହି ବର୍ବର କାଣ୍ଡ । ଅଭିଯୁକ୍ତ ମା’ ଅଟକ ଥିବା ବେଳେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । କାହିଁକି ଓ କେଉଁ ପରିସ୍ଥିତିରେ ମା’ ପୁଅକୁ ହତ୍ୟାକରିଛି, ସେନେଇ କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଘଟଣା ସମ୍ପର୍କରେ ଅଧିକ ସୂଚନା ଜାଣିବା ପାଇଁ ପୋଲିସ ଛାନଭିନ୍ ଜାରି ରଖିଛି ।

ତେବେ ନିକଟରେ କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ନିଶ୍ଚିହ୍ନ କରିଦେଇଛି। ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବି ବଢ଼ିବାରେ ଲାଗିଛି। ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.