ଏମିତି ମା’ ଶତ୍ରୁକୁ ବି ନମିଳୁ! ମା’Love Storyରେ ଛୁଆ ସାଜିଲେ କଣ୍ଟା, Lover ସହ ମିଶି ଜନ୍ମକଲା ପୁଅ-ଝିଅଙ୍କୁ ବିଷ ଦେଇ ମାରିଦେଲା ପିଶାଚୀ

ଲଭର୍ ଫେରାର୍ । ମା’ ସ୍ୱୀକାର କଲା ଅପରାଧ ।

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମଚଜାଫରନଗର ରୋଦକାଲି ଗ୍ରାମରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

୨୪ ବର୍ଷୀୟା ମା’ ପ୍ରେମିକ ସହ ହନିମୁନ ଯିବା ପାଇଁ ନିଜ ୨ କୁନି ପିଲାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ମୁସ୍କାନକୁ ପୋଲିସ ଗିରଫ କରିିଛି ।

ହତ୍ୟାରେ ସମ୍ପୃକ୍ତ ମୁସ୍କାନର ପ୍ରେମିକ ଫେରାର୍ ଥିବା ଜଣାପଡ଼ିଛି । ପ୍ରେମିକ ସହ ହନିମୁନ ଯିବା ପାଇଁ ମୁସ୍କାନ ନିଜ ଜନ୍ମକଲା ପିଲାଙ୍କୁ ହତ୍ୟା କରିଛି । ମୃତ ପିଲାମାନେ ହେଲେ ୫ ବର୍ଷର ଅରହାନ ଓ ବର୍ଷକର ଝିଅ ଇନାୟା।

ସନ୍ଦେହଜନକ ଅବସ୍ଥାରେ ପିଲାଙ୍କ ମୃତଦେହ ମିଳିବା ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯାହାପରେ ମୁସ୍କାନ ସନ୍ଦେହଘେରକୁ ଆସିଥିଲା ।

ପରବର୍ତ୍ତୀ ସମୟରେ ମୁସ୍କାନକୁ ଗିରଫ କରିଛି ପୋଲିସ । ମୁସ୍କାନର ସ୍ୱାମୀ ୱସିମ ଚଣ୍ଡିଗଡ଼ରେ ଚାକିରି କରୁଥିବାବେଳେ ଜୁନେଦ ସହ ମୁସ୍କାନର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସେମାନଙ୍କ ପ୍ରେମରେ ବାଧକ ସାଜିଥିଲେ ପିଲା, ଯାହାପରେ ସେମାନେ ପିଲାଟିମୁ ମାରିବାର ନିଷ୍ପତ୍ତି ନେଲେ ।

ସେମାନଙ୍କୁ ବିଷ ଦେଇ ମାରିବାର ଯୋଜନା ମୁସ୍କାନ ଓ ଜୁନେଦ ତିଆରି କଲେ । ଫେରାର୍ ଜୁନେଦକୁ ଧରିବା ପାଇଁ ସ୍ୱତନ୍ତ୍ର ପୋଲିସ ଟିମ୍ ତଦନ୍ତ ଚଳାଇଛି ।