fbpx

ତଣ୍ଟି ଚିପି ମାଆ କଲା ପୁଅର ହତ୍ୟା: ପୋଲିସକୁ ଫୋନ କରି ମାଆ କହିଲା ଆସନ୍ତୁ, ମୁଁ ମୋ ପୁଅକୁ ମାରିଦେଇଛି

ଜୟପୁର: ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଜଣେ ମାଆ ନିଜ ପୁଅକୁ ତଣ୍ଟି ଚିପି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ ହତ୍ୟାକାରୀ ମାଆ ନିଜେ ପୋଲିସ ଷ୍ଟେସନକୁ ଫୋନ କରି କହିଛି ଯେ, ପୋଲିସ ପଠାନ୍ତୁ, ମୁଁ ମୋ ପୁଅର ତଣ୍ଟି ଚିପି ହତ୍ୟା କରିଛି । ଏହି ଖବର ପାଇ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଅପରାଧୀ ମାଆର ନାମ ମନୀଷା ପାଖିଆ, ସେ ଦୀପକ ପାଖିଆ ନାମକ ବ୍ୟକ୍ତିଙ୍କ ପତ୍ନୀ ଅଟନ୍ତି । ସ୍ୱାମୀଙ୍କ କହିବା ଅନୁଯାୟୀ, ସେ ବହୁ ଦିନରୁ ମାନସିକ ରୋଗରେ ପୀଡିତ ଥିଲେ ଏବଂ ତାଙ୍କର ଚିକିତ୍ସା ଚାଲିଥିଲା । ଏହି କାରଣ ଯୋଗୁଁ ସେ ତାଙ୍କ ପୁଅକୁ ତଣ୍ଟିଚିପି ମାରିଦେଇଛନ୍ତି । ଯେତେବେଳେ ଖବର ପାଇ ପୋଲିସ ତାଙ୍କ ଘରେ ପହଁଚିଲା ସେତେବେଳେ ମହିଳା ଜଣକ ଘରର ବାଲକୋନୀରୁ ଡେଇଁ ଅତ୍ମହତ୍ୟାର ପ୍ରୟାସ କରୁଥିଲା ।

ଥାନାରେ ପଚରାଉଚରା ସମୟରେ ମନୀଷା କହିଛନ୍ତି ଯେ, ମୋ ସ୍ୱାମୀଙ୍କର ଅନ୍ୟ ମହିଳା ସହ ଅନୈତି ସଂପର୍କ ଅଛି । ତେଣୁ ମୋ ପୁଅ ଏହି ପରିବେଶରେ ଖରାପ ହୋଇଯିବ ବୋଲି ମୁଁ ତା’ର ତଣ୍ଟି ଚିପି ହତ୍ୟା କରିଛି । ସେ ନିଜ ପିତାଙ୍କ ଉପରେ ମଧ୍ୟ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ତାଙ୍କ ବାପା ତାଙ୍କୁ ବିକ୍ରି କରି ବିବାହ କରାଇଛନ୍ତି । ପୋଲିସ ସେହି ଅନ୍ୟ ମହିଳାଙ୍କ କଥା ପଚାରିବାରୁ ସେ ତାଙ୍କୁ ଚିହ୍ନିନାହାନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.