“ଆମେ ଏ ଦୁନିଆ ଛାଡ଼ି ବହୁ ଦୂରକୁ ଚାଲିଯାଉଛୁ… SORRY” ୧୧ ବର୍ଷର ପୁଅ ସହ ୧୩ ମହଲାରୁ ଡେଇଁ ପ୍ରାଣହାରିଲା ମା’
ମାନସିକ ବିକାରଗସ୍ତ ପୁଅ ପାଇଁ ଚିନ୍ତିତ ଥିଲେ ମା’ । ସ୍ୱାମୀଙ୍କ ପାଇଁ ଛାଡ଼ିଗଲେ ସୁଇସାଇଟଡ୍ ନୋଟ୍ ।
ନୋଏଡା: ଦିଲ୍ଲୀର ଗ୍ରେଟର ନୋଏଡାରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା । ଅସୁସ୍ଥ ପୁଅ ପାଇଁ ମା’ ହାରିଛି ଜୀବନ । ଏକୁଟିଆ ନୁହେଁ ବରଂ ରୋଗିଣା ପୁଅକୁ ସାଥୀରେ ଧରି କରିଛି ଆତ୍ମହତ୍ୟା ।
ଗ୍ରେଟର ନୋଏଡାର ଆକ୍ ସିଟିରେ ସାକ୍ଷୀ ଚୱେଲା ତାଙ୍କ ପୁଅ ଦକ୍ଷ ଏବଂ ସ୍ୱାମୀ ଦରପନ୍ ଚାୱଲାଙ୍କ ସହ ରହୁଥିଲେ । ପୁଅ ଦକ୍ଷ ମାନସିକ ରୋଗରେ ଆକ୍ରାନ୍ତ ଥିବାବେଳେ ଚିକିତ୍ସା ଚାଲିଥିଲା, ଯାହାକୁ ନେଇ ସାକ୍ଷୀ ଖୁବ ଚିନ୍ତାରେ ଥିଲେ ।
ଦରପନ ପେଶାରେ ଜଣେ ଚାଟାର୍ଡ ଆକାଉଣ୍ଟାନ୍ ଥିଲେ । ଘଟଣା ସମୟରେ ଦରପନ ଘରେ ଥିବାବେଳେ ହଠାତ୍ ତାଙ୍କୁ ଚିକ୍ରାର ଶୁଣାଗଲା । ତଳକୁ ଯାଇ ଦେଖିଲାବେଳକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସରକ୍ଷୀ ଏବଂ ଦକ୍ଷଙ୍କ ମୃତଦେହ ପଡ଼ିଛି ।
ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ପୋଲିସ ଟିମ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଆତ୍ମହତ୍ୟା ପୂର୍ବରୁ ସାକ୍ଷୀ ଏକ ସୁଇଓାଇଡ୍ ନୋଟ୍ ଲେଖିଥିବା ଜଣାପଡ଼ିଛି ।
ଯେଉଁଥିରେ ଲେଖା ଯାଇଛଇ ଯେ, “ଆମେ ଏ ଦୁନିଆ ଛାଡ଼ି ବହୁ ଦୂରକୁ ଚାଲିଯାଉଛୁ…. ସରି । ଆମେ ତୁମକୁ ହଇରାଣ କରିବାକୁ ଚାହୁଁନାହୁଁ । ଆମ ମୃତ୍ୟୁ ପାଇଁ କେହି ଦାୟି ନୁହନ୍ତି ।”
ସାକ୍ଷୀଙ୍କ ପଡ଼ୋଶୀଙ୍କ ବୟାନ ଅନୁସାରେ ପୁଅ ପାଇଁ ସେ ବହୁତ ଚିନ୍ତିତ ଥିଲେ । ଯାହାପାଇଁ ସାକ୍ଷୀ ମାନସିକ ଦୁଃଶ୍ଚିନ୍ତାରେ ସବୁବେଳେ ସମୟ କାଟୁଥିଲେ । ତେବେ ସ୍ଥାନୀୟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇ ଘଟଣାର ତଦନ୍ତ ଜାରି ରହିଛି ।