ମାଛ ନା ହୀରା…. ମାଛକୁ 11 କୋଟିରେ ହେଲା ନିଲାମ, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଜଲ୍ କି ରାନୀର ଚର୍ଚ୍ଚା ବେଶ ହେଉଛି । ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ଶିରୋନାମା ସାଡିଛି । ଏହାର ଏକ ମାତ୍ର କାରଣ ହେଉଛି ଏହାର ଆକାର ଏବଂ ଟଙ୍କା । ନୂଆ ବର୍ଷ ଅବସରରେ ଜାପାନାର ଟୋକିଓରେ ମାଛ ନିଲାମୀ ହୋଇଥିଲା । ତେବେ ମାଛର ବିକ୍ରି ବର୍ତ୍ତମାନ ରେକର୍ଡ ଭାଙ୍ଗିଛି । ବ୍ଲୁଫିନ୍ ଟୁନା ମାଛକୁ 11 କୋଟି ଟଙ୍କାରେ କିଣିଛନ୍ତି ଗ୍ରାହକ ।

ସୂଚନା ଅନୁଯାୟୀ, ଓନୋଡେରା ଗ୍ରୁପ୍‌ର ମିସେଲିନ୍‌ ତାରକା ସୁଶି ରେଷ୍ଟୁରାଣ୍ଟ ବ୍ଲୁଫିନ୍ ଟୁନା ନାମକ ଏହି ମାଛ କିଣିଛନ୍ତି । ମତ୍ସ୍ୟ ବଜାରରେ ଆୟୋଜିତ ହୋଇଥିବା ନିଲାମରେ ଜବରଦସ୍ତ ରେକର୍ଡ ସୃଷ୍ଟି କରିଥିବା ଏହି ମାଛର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ମାଛକୁ 11 କୋଟି ଟଙ୍କାରେ ବିକ୍ରି କରାଯାଇଛି ।

ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହୋଇଥିବା ବେଳେ ଲୋକେ ଏହାକୁ ମାଛ ନା ହୀରା ବୋଲି ପ୍ରଶ୍ନ କରିଛନ୍ତି ।

କହିରଖୁଛୁ କି, ଏହା ଏକ ଛୋଟ ମାଛ ନୁହେଁ ବରଂ 276 କିଲୋଗ୍ରାମ ବ୍ଲୁଫିନ୍ ଟୁନା ମାଛ । 11 କୋଟିରେ ଏହାକୁ ନିଲାମ କରାଯାଇଛି । ବୟସ ପ୍ରାୟ 40 ବର୍ଷ । ଦୀର୍ଘ ଏବଂ ଗଭୀର ସମୁଦ୍ରରେ ବୁଡ଼ିବାର କ୍ଷମତା ଅଛି, ଏହାର ଗୁଣ ଯୋଗୁଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । 1999 ରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ଟୋକିଓ ମାଛ ବଜାରରେ ନିଲାମ ହୋଇଥିବା ଏହା ହେଉଛି ଦ୍ୱିତୀୟ ସର୍ବାଧିକ ମୂଲ୍ୟର ମାଛ ।