fbpx

ମଧ୍ୟପ୍ରଦେଶର ଦ୍ୱିତୀୟ ତାଲିକା ପାଇଁ ୩୬ ଟି ନାମରେ ମୋହର ଲଗାଇଛି ବିଜେପି: ଇମରତୀ ଦେବୀଙ୍କ ସମେତ ଏହି ପ୍ରମୁଖ ଚେହେରା ସାମିଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବୁଧବାର ଦିନ ନୂଆଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକର ଦ୍ୱିତୀୟ ରାଉଣ୍ଡ ଅନୁଷ୍ଠିତ ହୋଇଥିଲା । ସୂଚନାନୁସାରେ, ଏହି ବୈଠକରେ ମଧ୍ୟପ୍ରଦେଶ ପାଇଁ ମୋଟ ୩୯ ଜଣ ପ୍ରାର୍ଥୀଙ୍କ ଉପରେ ଆଲୋଚନା ହୋଇଥିବା ବେଳେ ସେଥିମଧ୍ୟରୁ ୩୬ ଜଣ ପ୍ରାର୍ଥୀଙ୍କ ନାମ ନିର୍ବାଚନ କମିଟି ଅନୁମୋଦନ କରିଛି ।

ତିନିଜଣ ପ୍ରାର୍ଥୀଙ୍କ ନାମକୁ ନେଇ ରାଜ୍ୟର କିଛି ନେତାଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ । ଆଲୋଚନା ପରେ ତିନି ଜଣ ପ୍ରାର୍ଥୀଙ୍କ ନାମ ସ୍ଥିର କରିବାର ଦାୟିତ୍ୱ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଆଯାଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଏବଂ ରାଜନାଥ ସିଂ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ ।

ଏହି ବିଶିଷ୍ଟ ନେତାଙ୍କ ନାମରେ ମୋହର :-
ବିଶିଷ୍ଟ ପ୍ରାର୍ଥୀଙ୍କ ମଧ୍ୟରେ ଯାହାର ନାମ ବିଜେପି ନିର୍ବାଚନ କମିଟି ଅନୁମୋଦନ କରିଛି, ସେମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥଙ୍କ ଛିନ୍ଦୱାଡା ଜିଲ୍ଲାର ଛିନ୍ଦୱାଡା ସହର ବିଧାନସଭା ଆସନ ସାମିଲ । ବିବେକ ସାହୁଙ୍କୁ ଏଠାରୁ ଟିକେଟ ଦିଆଯାଇଛି । ରଘୁରଜ କାନସାନାଙ୍କୁ ମୋରେନା ବିଧାନସଭା ଆସନରୁ ଟିକେଟ ଦିଆଯାଇଛି ।

ଏହାସହ ବିରୋଧୀ ଦଳର କଂଗ୍ରେସ ନେତା ଗୋବିନ୍ଦ ସିଂଙ୍କ ବିରୋଧରେ ଅମରିଶ ଗୁଡ୍ଡୁଙ୍କୁ ଭିଣ୍ଡ ଜିଲ୍ଲାର ଲହାର ବିଧାନସଭା ପକ୍ଷରୁ ଟିକେଟ ଦିଆଯାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ ସହଯୋଗୀ ଇମରତୀ ଦେବୀଙ୍କୁ ଗ୍ୱାଲିଅର ଜିଲ୍ଲାର ଡବରା ବିଧାନସଭାରୁ ଟିକେଟ ଦିଆଯାଇଛି ।

ସୂଚନାନୁସାରେ, ଜାବୁଆର ଚାନ୍ଦଲା ବିଧାନସଭା ଆସନରୁ କଲ ସିଂ, ଇନ୍ଦୋର ଜିଲ୍ଲାର ଦେପାଲପୁରରୁ ମନୋଜ ପଟେଲ, ଛତ୍ରପୁର ଜିଲ୍ଲାର ରାଜନଗର ଆସନରୁ ଅରବିନ୍ଦ ପଟେରିଆ, ସାଗର ଜିଲ୍ଲାର ଦେଓରୀ ଆସନରୁ ବ୍ରିଜ ବିହାରୀ ପଟେରିଆ, ଗ୍ୱାଲିଅର ଜିଲ୍ଲାର ଭିତାରୱର ବିଧାନସଭା ଆସନରୁ ମୋହନ ସିଂ ରାଠୋରଙ୍କୁ ଟିକେଟ୍ ଦିଆଯାଇଛି ।

ବାକି ନାମଗୁଡିକ ଶୀଘ୍ର ଘୋଷଣା କରାଯିବ :-

ଖୁବ ଶୀଘ୍ର ବିଜେପି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ଏହା ପୂର୍ବରୁ ବିଜେପି ୩୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ବି ବର୍ଗର ଆସନକୁ ଅଗ୍ରାଧିକାର ଦେଉଛି ଏବଂ ସେମାନଙ୍କ ଉପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛି, ଯେଉଁଥିରେ ଗତ ବିଧାନସଭା ନିର୍ବାଚନରେ ବିଜେପି ହାରିଥିଲା । ଚଳିତ ବର୍ଷ ଶେଷରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.