ଦେଖନ୍ତୁ (Video) ବାପରେ ଏ ଆଖି କ’ଣ ଦେଖୁଛି! ICUରୁ ହଗିଜ୍ ପିନ୍ଧି ଜୀବନ ବିକଳେ ଦୌଡ଼ିଲେ ରୋଗୀ

ରୋଗୀଙ୍କୁ ଲୁଟୁଛନ୍ତି ଡାକ୍ତରଖାନା । ଭଲ ମଣିଷକୁ କୋମା କହି ICUରେ ତାଲା ଦେଇ ରଖିଥିଲେ ।

ଭୋପାଳ: ସୋସିଆଲ ମିଡିଆରେ ନାନା ରକମର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରସାର ହେଉଥିବା ଭିଡିଓ କିଛିମାତ୍ରାରେ ମନୋରଞ୍ଜନର ଖୋରାକ ଯୋଗାଉଥିବାବେଳେ ଆଉ କିଛି ଚିନ୍ତାରେ ପକାଇଦିଏ ।

ମଧ୍ୟ ପ୍ରଦେଶରୁ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯାହା, ଆପଣଙ୍କୁ ଚିନ୍ତାରେ ପକାଇ ଦେବ ନିଶ୍ଚୟ । ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ସେଠାରେ ଉପସ୍ଥିତ ଷ୍ଟାଫଙ୍କୁ ଗାଳି କରି ସେଠାରୁ ବାହାରି ଆସୁଥିବା ଦେଖିବାକୁ ମିଳିଛି ।

ବାହାରକୁ ଆସି ରୋଗୀ ଓ ସେମାନଙ୍କ ପରିବାର ଲୋକପାଟି କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ଅଭିଯୋଗ ଏହା କି; ରୋଗୀଙ୍କର ହୋସ୍ ଥାଇ ମଧ୍ୟ ତାଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ମିଛରେ କୋମାରେ ଥିବା କହି ICUରେ ତାଲା ପକେଇ ରଖିଥିଲେ ।

ଏଥିସହ ରୋଗୀ ପାଖକୁ ପରିବାର ଲୋକଙ୍କୁ ଛାଡ଼ୁ ନ ଥିବାବେଳେ ମିଛରେ ମୋଟାଅଙ୍କର ମେଡିସିନ୍ ଓ ଇଞ୍ଜେକ୍ସନ ମଗାଉଥିଲେ । ଏ କଥା ଜାଣିପାରି ଯୁବକଜଣକ ହଠାତ୍ ଆଇସିୟୁ ବେଡରୁ ଉଠି ପାଠି କରିବାକୁ ଲାଗିଲେ ଓ ଦୌଡ଼ି କରି ସେଠାରୁ ବାହାରକୁ ଚାଲି ଆସିଥିଲେ ।