“ତେରି ମା କା *** “, ମନ୍ଦିର ଭିତରେ ପଶି ମାଡ଼ ମାରିବା ସହିତ ଖଣ୍ଡା ଦେଖାଇ ଗୁଣ୍ଡାଗିରି!

ମନ୍ଦିର ଭିତରେ ଖଣ୍ଡା ଦେଖାଇ ଗୁଣ୍ଡାଗିରି

ମଧ୍ୟପ୍ରଦେଶ: ମନ୍ଦିର ଭିତରେ ପଶି ପୂଜାରୀଙ୍କ ସହିତ ଭକ୍ତଙ୍କୁ ମା’ ଭଉଣୀ କରି ଶୋଧିଲେ ଦୁର୍ବୁତ୍ତ। ମଧ୍ୟପ୍ରଦେଶର ପ୍ରସିଦ୍ଧ ଚିନ୍ତାମଣି ଗଣେଶ ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।

ଏଥିରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ଖଣ୍ଡା ଧରି ପ୍ରସିଦ୍ଧ ଚିନ୍ତାମଣି ଗଣେଶ ମନ୍ଦିରର ପୂଜକଙ୍କ ପୁଅକୁ ଗାଳିଗୁଲଜ ସହିତ ଧମକ ଦେଇ ଟଙ୍କା ଦାବି କରୁଛନ୍ତି।

ରିପୋର୍ଟ ଅନୁସାରେ, ଅଭିଯୁକ୍ତମାନେ ପୂଜକ ଜୟ ଦୁବେଙ୍କ ପୁଅ ଏବଂ ଲୋକେଶ ସୋନି ନାମକ ଜଣେ ଭକ୍ତଙ୍କ ଉପରକୁ ଏକ ଧାରୁଆ ଅସ୍ତ୍ର ଦେଖାଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ତା ସହିତ ହତ୍ୟା ଧମକ ମଧ୍ୟ ଦେଇଥିଲେ।

ଶନିବାର ଅପରାହ୍ନରେ ଘଟିଥିବା ଏହି ଘଟଣାର ଭିଡିଓକୁ ପୂଜକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ସେ ମଣ୍ଡି ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ମଧ୍ୟ କରିଛନ୍ତି। ଏହା ପରେ, ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ଗିରଫ କରାଯାଇଛି।

ବାସ୍ତବରେ ଅଭିଯୁକ୍ତ ଜଣଙ୍କ ମନ୍ଦିର ପୂଜକଙ୍କୁ ଟଙ୍କା ଦେଇଥିଲେ। ପୂଜକ ଟଙ୍କା ଫେରସ୍ତ କରୁନଥିବାରୁ ସେ ଏହି ଟଙ୍କା ଆଦାୟ କରିବାକୁ ମନ୍ଦିର ଆସି ଏଭଳି କାଣ୍ଡ ଘଟାଇଥିଲେ।