fbpx

ମୃତ୍ୟୁ ପୁର୍ବରୁ ରେକର୍ଡ କରିଦେଇ ଗଲେ ଭିଡିଓ, କହିଗଲେ ଦୋଷୀଙ୍କ ନାଁ

ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଚିକିତ୍ସା ସମୟରେ ତାଙ୍କର ମେଡିକାଲରେ ମୃତ୍ୟୁ ହୋଇଛି । ଶମଶାବାଦ ଥାନା ଅନ୍ତର୍ଗତ ଏହି ଘଟଣା ଘଟିଛି । ମୃତକବ୍ୟକ୍ତିଙ୍କ ନାମ ଭଗବାନଦାସ ଧାକଡ଼ ବୋଲି ଜଣା ପଡ଼ିଛି । ଆତ୍ମହତ୍ୟା କରିଗବା ପୁର୍ବରୁ ବ୍ୟକ୍ତି ଜଣକ ତାଙ୍କର ମୃତ୍ୟୁ ଲାଗି ତାଙ୍କର ସ୍ତ୍ରୀ, ଶାଶୁ ଏବଂ ସମ୍ପର୍କିୟ ଶସୁରଙ୍କୁ ଦୋଷୀ ବୋଲି କହିଛନ୍ତି ।

ପିଷ ପିଇବା ପୁର୍ବରୁ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ତାଙ୍କ ସ୍ତ୍ରୀ ସମେତ ଶାଶୁ ଏବଂ ଶସୁର ମିଳିମିଶି ତାଙ୍କୁ କିପରି ହଇରାଣ ହରକତ କରୁଛନ୍ତି, ସେ ବିଷୟରେ କହିଥିଲେ । ଏହି ଭିଡିଓରେ ତିନି ଜଣଙ୍କ ନାମ ନେବା ପରେ ସେ ବିଷ ପିଇ ଦେଇଥିଲେ ।

ଏହି ବିଷୟରେ ଖବର ପାଇ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଁଞ୍ଚି ଧାକଡ଼ଙ୍କୁ ମେଡିକାଲରେ ପହଁଞ୍ଚିଥିଲା । ଏହା ପରେ ତାଙ୍କୁ ବିଦିଶା ମେଡିକାଲକୁ ରେଫର କରାଯାଇଥିଲା । ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହି ଘଟଣାରେ ବିଦିଶା ପୋଲିସ ଅଧିକାରୀ କହିଛନ୍ତି ଯେ, ଶମଶାଦ ଥାନା ଅନ୍ତର୍ଗତ ଜଣେ ବ୍ୟକ୍ତି ୩ଦିନ ପୁର୍ବେ ବିଷ ପିଇ ଦେଇଥିଲେ । ତାଙ୍କୁ ତୁରନ୍ତ ବିଦିଶା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଯାଇ ମାମଲାକୁ ଗମ୍ଭିରତାର ସହିତ ନିଆଯାଇଥିଲା । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତରେ ଲାଗିଛି । ଏବଂ ସମସ୍ତ ତଥ୍ୟ ପ୍ରମାଣ ଏକଜୁଟ କରୁଛି ।

 

Get real time updates directly on you device, subscribe now.