MPESB Calendar 2025: ପ୍ରବେଶିକା ପରୀକ୍ଷା ପାଇଁ ଜାରି ହେଲା କ୍ୟାଲେଣ୍ଡର, ଜାଣନ୍ତୁ ଡିଟେଲ୍ସ

ଲକ୍ଷ୍ନୌ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ମଧ୍ୟପ୍ରଦେଶ କର୍ମଚାରୀ ଚୟନ ମଣ୍ଡଳ(MPESB) ଆସନ୍ତା ବର୍ଷ ପାଇଁ ପରୀକ୍ଷା କ୍ୟାଲେଣ୍ଡର ଜାରି କରିଛି । ଅଫିସିଆଲ ୱେବସାଇଟ୍ esb.mp.gov.inକୁ ଯାଇ ପ୍ରାର୍ଥୀ ଜଣଙ୍କ MPESB ପରୀକ୍ଷା କ୍ୟାଲେଣ୍ଡର ଯାଞ୍ଚ୍ କରିପାରିବେ ।

ବର୍ତ୍ତମାନ ପାଇଁ ଏହା ଟେନଟେଟିଭ୍ ତାରିଖ ଅଟେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇପାରେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି ।

କେତେ ନିଯୁକ୍ତି:

MPESB ମୋଟ୍ ୨୦ଟି ନିଯୁକ୍ତି ପରୀକ୍ଷା ପାଇଁ କ୍ୟାଲେଣ୍ଡର ଜାରି କରିଛି । ଏଥିମଧ୍ୟରୁ ୧୫ଟି ନିଯୁକ୍ତି ପରୀକ୍ଷା ସହ ୫ଟି ପ୍ରବେଶିକା ପରୀକ୍ଷା ରହିଛି । ମଧ୍ୟପ୍ରଦେଶରେ ବିଭିନ୍ନ ବିଭାଗରେ ପ୍ରାୟ ୧୫ ହଜାର ପଦବୀରେ ନିଯୁକ୍ତି ହେବ ।

ନିମ୍ନଲିଖିତ ପଦବୀ ପାଇଁ ନିଯୁକ୍ତି:

ଷ୍ଟାଫ୍ ନର୍ସ ଯୁଗ୍ମ ନିଯୁକ୍ତି ପରୀକ୍ଷା, ମହିଳା ଶିଶୁ ବିକାଶ ସୁପରଭାଇଜର ପରୀକ୍ଷ, ଯୁଗ୍ମ ନିଯୁକ୍ତି ପରୀକ୍ଷା, ମାଧ୍ୟମିକ ଶିକ୍ଷକ ଭର୍ତ୍ତି ପରୀକ୍ଷା, ସହକାରୀ ସବ୍ ଇନ୍ସପେକ୍ଟର ଏବଂ ଫରେଷ୍ଟ ଗାର୍ଡ଼ ଆଦି ପରୀକ୍ଷା ସାମିଲ ରହିଛି ।

MPESB ପରୀକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଆସନ୍ତା ବର୍ଷ ୧୫ ଫେବୃଆରୀରେ ପ୍ରଥମ ପରୀକ୍ଷା ଆୟୋଜିତ ହେବ । ଦେଖନ୍ତୁ ନିଯୁକ୍ତି ତାଲିକା:

 

ପ୍ରବେଶିକା ପରୀକ୍ଷା ତାଲିକା: