fbpx

(Video) ଗଣତନ୍ତ୍ରର ମନ୍ଦିରରେ ଲାଗିଲା ରକ୍ତର ଛିଟା! ସଂସଦ ଭବନ ଭିତରେ ପରସ୍ପରକୁ ପିଟିବାରେ ଲାଗିଲେ ଅନେକ ସାଂସଦ

ନୂଆଦିଳ୍ଲୀ: ସାଧାରଣଲୋକଙ୍କ କଥା ଛାଡ଼ନ୍ତୁ, ଅନେକ ସମୟରେ ସମାଜର ବହୁ ବଡ଼ ବଡ଼ ପଦ ପଦବୀରେ ପ୍ରତିଷ୍ଠିତ ଥିବା କିଛି ବିଶିଷ୍ଟ ବ୍ୟକ୍ତିବିଶେଷମାନେ ମଧ୍ୟ କିଛି ହୀନ କାର୍ଯ୍ୟ କରିବାକୁ ପଛାଇ ନଥାନ୍ତି । ଯେଉଁ ଲୋକମାନଙ୍କୁ ଅନ୍ୟମାନେ ଜୀବନର ଆଦର୍ଶ ବୋଲି ଭାବିଥାନ୍ତି ସେମାନେ ଯଦି ଏତେ ତଳକୁ ଖସିଯିବେ ତେବେ ସମାଜ କାହାକୁ ଦାୟୀ କରିବ? ତେବେ ଏହା ମଧ୍ୟରେ ଏଭଳି ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି ।

ଖବର ମୁତାବକ, ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଭବନ ମଧ୍ୟରେ ଏକ ନିନ୍ଦନୀୟ କାର୍ଯ୍ୟ ଦେଖିବାକୁ ମିଳିଛି । ଯେଉଁ ସାଂସଦମାନେ ଦେଶକୁ ଶାସନ କରନ୍ତି, ନୂଆ ଆଇନ ପ୍ରଣୟନ କରନ୍ତି ସେମାନେ ଆଜି ପରସ୍ପର ସହ ଲଢ଼େଇରେ ମାତିଛନ୍ତି । ତୁର୍କୀର ସଂସଦରେ ଦେଖିବାକୁ ମିଳିଛି ଏପରି ଏକ ନିନ୍ଦନୀୟ ଘଟଣା । ସାଂସଦମାନେ ପରସ୍ପର ମଧ୍ୟରେ ତୁମୂଳ ଲଢ଼େଇରେ ମାତିଥିଲେ । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି ।

ଭିଡିଓରେ ଶାସକ ପାର୍ଟିର ସାଂସଦମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ଠିଆ ହୋଇ ଅନ୍ୟ ସାଂସଦଙ୍କୁ ମୁଥ ମାରିବା ଦେଖାଯାଇଥିଲା । ଏହାପରେ ଅନ୍ୟ ସାଂସଦମାନେ ମଧ୍ୟ ସେମାନଙ୍କ ନିକଟକୁ ଆସି ମାରପିଟ୍ କରିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ସାଂସଦ ଝଗଡ଼ାକୁ ବନ୍ଦ କରିବାକୁ ପ୍ରୟାସ କରୁଥିବା ବେଳେ ଆଉ କିଛି ମାରପିଟରେ ସାମିଲ ହୋଇଥିଲେ । ଏହି ମାରପିଟରେ କିଛି ସାଂସଦ ରକ୍ତାକ୍ତ ହୋଇଥିଲେ । ଦୁଇଜଣ ସାଂସଦ ଗୁରୁତର ହୋଇଥିଲେ ।

Get real time updates directly on you device, subscribe now.