fbpx
BJD SKY
BJD SKY

Video: ୨୧ ବର୍ଷ ପରେ ଭାରତୀୟ ମହିଳା ସରଗମ୍ କୌଶଲ ଜିତିଲେ ମିସେସ୍ ୱାର୍ଲ୍ଡର ମୁକୁଟ

BJD

ନୂଆଦିଲ୍ଲୀ: ମିସେସ୍ ୱାର୍ଲ୍ଡ ୨୦୨୨-୨୩ର ବିଜେତା ହେଲେ ଭାରତର ସରଗମ୍ କୌଶଲ । ଆମେରିକାରେ ଆୟୋଜିତ ମିସେସ୍ ୱାର୍ଲ୍ଡ ୨୦୨୨-୨୩ ରେ ଟାଇଟଲ୍ ଜିତି ଭାରତର ସରଗମ୍ ଇତିହାସ ସୃଷ୍ଟି କରିଛନ୍ତି । ଜିତିବା ପରେ ତାଙ୍କ ମୁକୁଟ ପିନ୍ଧିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବଲିଉଡର ସେଲିବ୍ରିଟିମାନେ ମଧ୍ୟ ଦେଶର ସମ୍ମାନ ବୃଦ୍ଧି କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସରଗମ୍ ଗୋଲାପୀ ରଙ୍ଗର ଗାଉନରେ ନଜର ଆସିଛନ୍ତି । ମିସେସ୍ ୱାର୍ଲ୍ଡ ମୁକୁଟ ଜିତିବା ପରେ ସରଗମ୍ ଭାବପ୍ରବଣ ହୋଇ ତାଙ୍କ ଆଖିରେ ଖୁସିର ଲୁହ ଆସି ଯାଇଥିଲା ।

 

View this post on Instagram

 

A post shared by Manav Manglani (@manav.manglani)

ସୂଚନା ଅନୁଯାୟୀ, ସରଗମ୍ ମସେସ୍ ୱାର୍ଲ୍ଡ ୨୦୨୨ ଟାଇଟଲ୍ ଜିତି ଦୀର୍ଘ ୨୧ ବର୍ଷ ପରେ ଭାରତକୁ ମୁକୁଟ ଫେରାଇ ଆଣିଛନ୍ତି । ସରଗମଙ୍କ ପୂର୍ବରୁ, ୨୦୦୧ ମସିହାରେ ଅଭିନେତ୍ରୀ ଅଦିତି ଗୋବିତ୍ର୍ରିକର ଏହି ଐତିହାସିକ ମୁକୁଟ ଜିତିଥିଲେ ।ଆମେରିକାର ଲସ୍ ଭେଗାସ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିବେକ ଓବରୋଏ, ଅଭିନେତ୍ରୀ ସୋହା ଅଲି ଖାନ୍, ଅଦିତି ଗୋବିତ୍ରିକର ଏବଂ ମହମ୍ମଦ ଅଜହରୁଦ୍ଦିନ ଉପସ୍ଥିତ ଥିଲେ ।

ସରଗମ୍ କୌଶଲ ଜାମ୍ମୁ କାଶ୍ମୀରର ବାସିନ୍ଦା ଅଟନ୍ତି । ମଡେଲ ହେବା ବ୍ୟତୀତ ସରଗମ୍ ଜଣେ ଶିକ୍ଷକ ଭାବେ ବେଶ ଜଣାଶୁଣା । ସେ ୨୦୧୮ ରେ ଅନେକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ସେହି ବର୍ଷ ସେ ମିସେସ୍ ୱାର୍ଲ୍ଡ ୨୦୨୨ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ଟାଇଟଲ୍ ଜିତିଥିଲେ । ମିସେସ୍ ଇଣ୍ଡିଆ ଭାବରେ ବର୍ତ୍ତମାନ ସେ ମିସେସ୍ ୱାର୍ଲ୍ଡ ୨୦୨୨ ରେ ଅଂଶଗ୍ରହଣ କରିଥିଲେ ଏବଂ ମୁକୁଟ ଜିତି ଇତିହାସ ସୃଷ୍ଟି କରିଥିଲେ । ସୂଚନାନୁସାରେ, ସରଗମଙ୍କ ସ୍ୱାମୀ ଭାରତୀୟ ନୌସେନାରେ ଅଛନ୍ତି । ସରଗମ ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଜଣେ ଶିକ୍ଷକ ଥିଲେ । ସେ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର କରିଛନ୍ତି ।

Get real time updates directly on you device, subscribe now.