ଚୀନର ଯେଉଁ ଆପ୍‌କୁ କରାଯାଇଥିଲା ବ୍ୟାନ, ମୁକେଶ ଅମ୍ବାନୀ ପୁଣିଥରେ ଭାରତରେ କଲେ ଲଞ୍ଚ

ଦେଶର ସବୁଠୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ ଚୀନର ସେହି ଆପକୁ ଇଣ୍ଡିିଆରେ ରିଲଞ୍ଚ କରିଛନ୍ତି, ଯାହାକୁ ଦେଶରେ ୨୦୨୦ ବର୍ଷ ବ୍ୟାନ କରାଯାଇଥିଲା।

ନୂଆଦିଲ୍ଲୀ: ଭାରତ ଏବଂ ଚୀନ ମଧ୍ୟରେ ୨୦୨୦ ବର୍ଷ ଗଲୱାନ ଗାଟିର ଘଟଣାକୁ ନେଇ ବିବାଦ ବଢିଯାଇଥିଲା। ଏହି ଘଟଣାରେ ଦେଶର ହାରାହରି ୨୦ ଯବାନ ସହୀଦ ହୋଇଯାଇଥିଲେ। ସେହି ସମୟରେ ଭାରତ ୫୦ ରୁ ଅଧିକ ଚୀନ ଆପ୍ସକୁ ବ୍ୟାନ କରିଦେଇଥିଲା।

ଏଥିରେ ଟିକଟୋକ ସମେତ ଫ୍ୟାଶନ ଆପ Shein ମଧ୍ୟ ସାମିଲ ଥିଲା। ବର୍ତ୍ତମାନ ଏହି ଫ୍ୟାଶନ ଆପ୍ ୫ ବର୍ଷ ପରେ ଇଣ୍ଡିଆକୁ ଆସିଛି। ଏହାକୁ ରିଲଞ୍ଚ କରିଛି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ରିଟେଲ।

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ସବସିଡିଆରୀ ରିଲାଏନ୍ସ ରିଟେଲ ୫ ବର୍ଷ ପୂର୍ବରୁ ଲାଇସେନ୍ସିଂ ଡିଲ ଅନୁଯାୟୀ, Sheinର ଏକ ଡେଡିକେଟେଡ ଆପ୍ ଲଞ୍ଚ କରିଥିଲା। ରଏଟର୍ସ ଖବର ମୁତାବକ, ଶନିବାର ଦିନ ଏହି ଆପ ଭାରତରେ ରୀ-ଲଞ୍ଚ ହୋଇଯାଇଛି।

ରିଲାଏନ୍ସ ଗତ ବର୍ଷ ସୀନ ଆପ୍ କୁ ଇଣ୍ଡିଆରେ ପୁନଶ୍ଚ ଲଞ୍ଚ କରିବା ପାଇଁ ଏକ ପାର୍ଟନରସିପ କରିଥିଲା। କିଛି ସମୟ ପୂର୍ବରୁ ରିଲାଏନ୍ସ ରିଟେଲ ନିଜ ଫ୍ୟାଶନ ବ୍ରାଣ୍ଡ Ajio ଆପରେ Sheinର ଟେଷ୍ଟିଙ୍ଗ କରିଥିଲା। ବର୍ତ୍ତମାନ Shein ବ୍ରାଣ୍ଡ ୫ ବର୍ଷ ବ୍ୟାନ ହେବା ପରେ ପୁଣିଥରେ ଭାରତ ଫେରିଆସିଛି।