fbpx

ଆଇପିଏଲ ମିଡିଆ ରାଇଟ୍ସ ମୁକାବିଲାରେ ମୁକେଶ ଅମ୍ବାନୀଙ୍କ ବିଜୟ, ସୋନି-ଡିଜନେ୍ ପଡ଼ିଲେ ପଛରେ

ମୁମ୍ବାଇ(ଓଡ଼ିଶା ଭାସ୍କର): ରିଲିଏନ୍ସ ଇଣ୍ଡଷ୍ଟ୍ରୀ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଆଇପିଏଲର ଡିଜିଟାଲ ପ୍ରସାରଣ ଅଧିକାର ହାସଲ କରିଛି। ମୁକେଶ ଅମ୍ବାନୀଙ୍କ ମିଡିଆ ଭେଞ୍ଚର ଡିଜନେ୍ ଏବଂ ସୋନୀଭଳି ଗ୍ରୁପ୍‌କୁ ପଛରେ ପକାଇ ଏହି ସପଳତା ହାସଲ କରିଛି। ବ୍ଲୁମବର୍ଗ ରିପୋର୍ଟରେ ଏହି ଦାବି କରାଯାଇଛି। ତେବେ ଏହି ବିଷୟରେ ବିସିସିଆଇ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ।

ମିଡିଆ ରିପୋର୍ଟ ମୁତାବକ ମୁକେଶ ଅମ୍ବାନୀଙ୍କ ରିଲିଏନ୍ସ ଏବଂ ପାରାମାଉଣ୍ଟ ଗ୍ଲୋବାଲ୍ ଭଳି ଜଏଣ୍ଟ ଭେଞ୍ଚର (ଭାୟକମ୍‌୧୮ ମିଡିଆ) ମିଶି ଆଇପିଏଲ ଡିଜିଟାଲ ପ୍ରଶାସରଣ ହାସଲ କରିଛନ୍ତି। ଫାଇନାସିଆଲ ଟାଇମ୍ସ ରିପୋର୍ଟ ମୁତାବକ ଭାୟକମ୍‌୧୮ ମିଡିଆ ପ୍ରାୟ ୨.୬ ବିଲିୟନ୍ ଡଲାରରେ ଏହି ଅଧିକାର କ୍ରୟ କରିଛନ୍ତି। ସେହିଭଳି ନୁୟୁର୍କ ଟାଇମ୍ସ ରିପୋର୍ଟ କରିଛି ଯେ, ଭାୟକମ୍‌୧୮ ମିଡିଆ ଏହି ଅଧିକାର କ୍ରୟ କରିବା ପାଇଁ ୩ ବିଲିୟନ୍ ଡଲାର ଖର୍ଚ୍ଚ କରିଛନ୍ତି।

ଆଇପିଏଲ୍‌ର ଡିଜିଟାଲ ପ୍ରଶାରଣ ପାଇଁ ଅମ୍ବାନୀଙ୍କ କମ୍ପାନୀକୁ ୫ ବର୍ଷ ପାଇଁ ଅନୁମତି ମିଳିଛି। ଏହା ତାଙ୍କ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଛି। ଅମ୍ବାନୀଙ୍କ ମିଡିଆ ବର୍ତ୍ତମାନ କେବଳ ଭାରତ ନୁହେଁ ପୂରା ବିଶ୍ୱର ମିଡିଆ ଏବଂ ଅନଲାଇନ୍ ଷ୍ଟ୍ରିମିଂ କମ୍ପାନୀ ମାନଙ୍କ ପାଇଁ ଚ୍ୟାଲେଞ୍ଜ ପ୍ରଦାନ କରିବ।

 

 

Get real time updates directly on you device, subscribe now.