ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧିନରେ ସାରା ରାଜ୍ୟରୁ ୭୯ ହଜାରେ ୫୬୫ ଆବେଦନ ଆସିଛି । ମାଧ୍ୟମିକ ବିଦ୍ୟାଳୟ ପୁରସ୍କାର ପାଇଁ ୫ ହଜାର ୨୫ଟି ସ୍କୁଲ ଆବେଦନ କରିଛନ୍ତି । ସେହିପରି ଏହିସବୁ ବିଦ୍ୟାଳୟର ୪ ହଜାର ୩୦୪ ଜଣ ପ୍ରଧାନଶିକ୍ଷକ ଓ ୧୪ ହଜାର ୨୬୨ ଜଣ ଶିକ୍ଷକ ଆବେଦନ କରିଛନ୍ତି । ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ପାଇଁ ୧୦ ହଜାର ୨୩ଟି ବିଦ୍ୟାଳୟ ଆବେଦନ କରିଥିବାବେଳେ ୮ ହଜାର ୪୫୪ ଜଣ ପ୍ରଧାନ ଶିକ୍ଷକ ଓ ୩୦ ହଜାର ୯୯୯ ଶିକ୍ଷକ ଆବେଦନ କରିଛନ୍ତି । ୩ ହଜାର ୫୯୫ଟି ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇଁ ଆବେଦନ କରିଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲା ପୁରସ୍କାର ପାଇଁ ୨୩, ବ୍ଳକ୍ ପୁରସ୍କାର ପାଇଁ ୧୩୮, ଜିଲ୍ଲା ଶିକ୍ଷା ଅଧିକାରୀ ପାଇଁ ୨୪, ବ୍ଲକ୍ ଶିକ୍ଷା ଅଧିକାରୀ ପାଇଁ ୧୦୩, ଗ୍ରାମ ପଞ୍ଚାୟତ ପୁରସ୍କାର ପାଇଁ ୧ ହଜାର ୨୧୭, ଆଞ୍ଚଳିକ ସାଧକ କେନ୍ଦ୍ର ସଂଯୋଜକ ପୁରସ୍କାର ପାଇଁ ୧ ହଜାର ୩୬୮ଟି ଆବେଦନ ଆସିଛି । ସମସ୍ତ ପୁରସ୍କାର ପାଇଁ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟ୍ ୧୪ଟି ବିଭାଗ ଅଧିନରେ ପୁରସ୍କାର ପ୍ରଦାନ କରାଯିବ ।