fbpx

ମୁଲ୍ଲା ଅବଦୁଲ୍ ଘନୀ ବରାଦର ହେବେ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି!

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ନୂଆ ଇତିହାସ ଲେଖା ହେବାକୁ ଯାଉଛି । ଦେଶର ରାଜଧାନୀ ଓ ରାଷ୍ଟ୍ରପତି ଭବନ ତାଲିବାନଙ୍କ କବଜାକୁ ଚାଲିଯିବା ପରେ ରାଷ୍ଟ୍ରପତି ଅସରଫ ଘନି ଦେଶଛାଡ଼ି ପଳାୟନ କରିଥିବା କୁହାଯାଉଛି । ତେବେ ପ୍ରାପ୍ତ ସୂଚନା ମୁତାବକ ମୁଲ୍ଲା ଅବଦୁଲ ଘନୀ ବରାଦର ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି । ଏକ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ତାଲିବାନଙ୍କ ପକ୍ଷରୁ ଏନେଇ କୌଣସି ବିବୃତ୍ତି ରଖାଯାଇନାହିଁ ।

ତେବେ ଦେଶ ସମ୍ପୂର୍ଣ୍ଣ ରୂପେ ତାଲିବାନଙ୍କ କବଜାକୁ ଚାଲିଯାଇଥିଲେ ହେଁ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟ ଜାରି ରଖିବାକୁ ତାଲିବାନ୍ ନିର୍ଦ୍ଦେଶ ଦେଇଛି । ପ୍ରାୟ ଦୁଇ ଦଶନ୍ଧିର ଦୀର୍ଘ ଲଢ଼େଇ ପରେ ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ହେବାର କିଛିଦିନ ମଧ୍ୟରେ ତାଲିବାନ ପୂରା ଦେଶକୁ କବଜା କରିନେଇଛି । ତେବେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଘନି ଦେଶ ଛାଡ଼ି ତାଜିକିସ୍ତାନ ଚାଲିଯାଇଥିବା ଜଣାପଡ଼ିଛି । ଏଥିସହିତ ଦେଶର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଦେଶ ପରିତ୍ୟାଗ କରିଛନ୍ତି । ତେବେ ଏପରି ବିଜୟ ହାସଲ କରିପାରିବେ ବୋଲି ସେ କଳ୍ପନା କରିନଥିବା କହିଛନ୍ତି ତାଲିବାନ ଉପନେତା ମୁଲ୍ଲା ବରାଦର । ତେବେ ବତ୍ତର୍ମାନ ଦେଶର ସୁରକ୍ଷା ଓ କଲ୍ୟାଣ ଦିଗରେ ତାଲିବାନ କିପରି କାର୍ଯ୍ୟ କରୁଛି ତାହା ଦେଖିବାକୁ ବାକି ରହିଲା ବୋଲି କିଛି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.