fbpx

ବିଏମସିରେ ୮୯% କୋଭିଡ୍ ଆକ୍ରାନ୍ତ ଓମିକ୍ରନ ଦ୍ୱାରା ସଂକ୍ରମିତ, ସର୍ଭେରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ର ନୂତନ ସ୍ୱରୂପ ଓମିକ୍ରନ ଭୟର ବାତାବରଣ ସୃଷ୍ଟି କରିଛି । ଏହା ଦ୍ରୁତ ସଂକ୍ରମଣକାରୀ ଭାରିଆଣ୍ଟ ପାଲଟିଛି । ନିକଟରେ କୋଭିଡ୍ ଟେଷ୍ଟକୁ ନେଇ ମୁମ୍ବାଇରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ମୁମ୍ବାଇରେ ଅଧିକାଂଶ ରୋଗୀ ଓମିକ୍ରନ ଦ୍ୱାରା ସଂକ୍ରମିତ । ବିଏମସିର ସୂଚନା ମୁତାବକ, ୨୮୦ ସାମ୍ପଲରୁ ୮୯% କେବଳ ଓମିକ୍ରନ ଦ୍ୱାରା ସଂକ୍ରମିତ, ୮ ପ୍ରତିଶତ ଡେଲଟା ଡେରିଭେଟିଭ୍ସ, ୩% ଡେଲଟା ଭାରିଆଣ୍ଟ୍ ଦ୍ୱାରା ସଂକ୍ରମିତ ଓ ଅନ୍ୟାନ୍ୟ ସବ୍-ଭାରିଆଣ୍ଟ୍ ସହ ଜଡ଼ିତ ।

ସ୍ୱାସ୍ଥ୍ୟ ବିଭାଗର କହିବା ଅନୁସାରେ, ଅଦ୍ୟତନ ୩୭୩ ସାମ୍ପଲରୁ ୨୮୦ଟି ସାମ୍ପଲ କେବଳ ମୁମ୍ବାଇରୁ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୨୪୮ ମାମଲା ଅର୍ଥାତ୍ ୮୯ ପ୍ରତିଶତ ମାମଲା ଓମିକ୍ରନ ସହ ଜଡ଼ିତ । ଏହା ବ୍ୟତୀତ ୮ ପ୍ରତିଶତ ଅର୍ଥାତ୍ ୨୧ଟି ସବ୍-ଟାଇପ୍ ଡେଲଟା ଡେରିଭେଟିଭ୍ସ, ବାକି ୩% ଅର୍ଥାତ୍ ୧୧ଟି ଡେଲଟା ଭାରିଆଣ୍ଟ୍ ଚିହ୍ନଟ ହୋଇଛି ।

ଏତଦବ୍ୟତୀତ ୩୪ ପ୍ରତିଶତ ରୋଗୀ ଅର୍ଥାତ୍ ୯୬ ଜଣ ଆକ୍ରାନ୍ତଙ୍କ ବୟସସୀମା ୨୧ରୁ ୪୦ ବର୍ଷ ମଧ୍ୟରେ ରହିଛି । ୨୮% ଅର୍ଥାତ୍ ୭୯ ଜଣ ଆକ୍ରାନ୍ତଙ୍କ ବୟସ ସୀମା ୪୧ରୁ ୬୦ ବର୍ଷ ମଧ୍ୟରେ ରହିଛି । କେବଳ ୨୨ଜଣ ଆକ୍ରାନ୍ତଙ୍କ ବୟସ ୨୦ବର୍ଷରୁ କମ୍ ରହିଛି । ଏହାସହିତ ୧୭୪ ଜଣ ଟିକାର ଦୁଇଟି ଡୋଜ୍ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୯ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଥିମଧ୍ୟରୁ ଦୁଇଜଣଙ୍କୁ ଅକ୍ସିଜେନ୍ ର ଆବଶ୍ୟକତା ପଡ଼ିଛି ଓ ବାକି ୧୫ ଜଣ ଆଇସିୟୁରେ ରହିଛନ୍ତି ।

Get real time updates directly on you device, subscribe now.