fbpx

Mumbai local train fight video: ଲୋକାଲ ଟ୍ରେନ୍ ରେ ମାରପିଟ୍ , ଡୋର ବନ୍ଦକୁ ନେଇ ହିଂସା, ଭିଡିଓ ଭାଇରାଲ

ମୁମ୍ବାଇ: ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଲୋକାଲ ଟ୍ରେନ୍ ଏକ ଲାଇଫ୍ ଲାଇନ୍ ପରି । ଅଧିକାଂଶ ଲୋକ କେବଳ ଏହି ଟ୍ରେନ୍ ଉପରେ ନିର୍ଭର କରନ୍ତି । ଏସବୁ ମଧ୍ୟରେ ମୁମ୍ବାଇ ପ୍ଲାଟ ଫର୍ମ ର ଏହି ଦୃଶ୍ୟ ଭାଇରାଲ ହୋଇଛି । ଥାଣେ ଜିଲ୍ଲାର ଡିଭା ଷ୍ଟେସନରେ ଏକ ସ୍ଥାନୀୟ ଟ୍ରେନର କବାଟ ବନ୍ଦ କରିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ମାରପିଟ୍ ହୋଇଛି । ଅଧିକାରୀମାନେ ଗୁରୁବାର ଏ ବିଷୟରେ ସୂଚନା ଦେଇଛନ୍ତି।

ଏହି ସପ୍ତାହ ଆରମ୍ଭରୁ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। କିଛି ଯାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓରେ ଦେଖିବାକୁ ମିଳେ ଯେ କରଜାଟ ଅଭିମୁଖେ ଯାଉଥିବା ଟ୍ରେନ୍ ଡିଭା ଷ୍ଟେସନରେ ଅଟକି ଥିଲା। ଭିଡିଓରେ କିଛି ଲୋକ ପ୍ଲାଟଫର୍ମରୁ ଟ୍ରେନର ଦ୍ୱାରରେ ଠିଆ ହୋଇଥିବା ଦୁଇଜଣ ଯାତ୍ରୀଙ୍କୁ ଟାଣି ନେଉଥିବାର ନଜର ଆସିଛନ୍ତି। ଭିଡିଓରେ କ୍ରୋଧିତ ଲୋକମାନେ ଦୁଇ ଯାତ୍ରୀଙ୍କୁ ପିଟିବା ସହ ତଳେ ପକାଇ ଗୋଇଠା ଉପରେ ଗୋଇଠା ମାରି ଚାଲିଛନ୍ତି । ମୁମ୍ବାଇର ଲୋକାଏ ଟ୍ରେନରେ ଦୈନିକ ପ୍ରାୟ ୭୫ ଲକ୍ଷ ଯାତ୍ରୀ ନିର୍ଭର କରନ୍ତି।

Get real time updates directly on you device, subscribe now.