fbpx

ମୁମ୍ବାଇରେ ବିସ୍ଫୋରଣ ଧମକ! ଆଲର୍ଟ ମୋଡ୍‌ରେ ମୁମ୍ବାଇ ପୋଲିସ

Advertisement

ମୁମ୍ବାଇ: ରାତି ପାହିଲେ ନୂଆବର୍ଷ । ମୁମ୍ବାଇରେ ପୁଣି ଏକ ବିସ୍ଫୋରଣ ହେବା ନେଇ ମୁମ୍ବାଇ ପୋଲିସକୁ ଆସିଛି ଏକ ଧମକପୂର୍ଣ୍ଣ କଲ୍ । ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରିବାକୁ କେହି ଜଣେ ଅଜ୍ଞାତ ବ୍ୟକ୍ତି ଫୋନ୍ କରି ଧମକ ଦେଇଛନ୍ତି । ତେବେ ଏହି ଧମକପୂର୍ଣ୍ଣ ଫୋନ କଲ ଆସିବା ପରେ ଆଲର୍ଟ ମୋଡ଼ରେ ମୁମ୍ବାଇ ପୋଲିସ । ପୋଲିସ ଅଧିକାରୀଙ୍କ ସୂଚନାନୁଯାୟୀ ଶନିବାର ସନ୍ଧ୍ୟା ୬ଟାରେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ମୁମ୍ବାଇର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହେବ ବୋଲି କହିବା ପରେ ସେ ତୁରନ୍ତ ଫୋନ୍ କଲ୍ କାଟି ଦେଇଥିଲା ।

ତେବେ ଫୋନ୍ କଲ୍ କିଏ ଓ କେଉଁଠୁ କରିଥିଲା ଏହାର ତଦନ୍ତ ଆରମ୍ଭ କରିଛି ପୋଲିସ । ମାୟାନଗରୀର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ ଜୋରଦାର କରାଯାଉଛି । ଏହା ପୂର୍ବରୁ ମୁମ୍ବାଇ ସ୍ଥିତ ଆରବିଆଇ ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଆସିଥିଲା ।

Get real time updates directly on you device, subscribe now.