fbpx

ଭାରତକୁ ବଡ଼ ଝଟକା: ପ୍ୟାରିସ ଅଲିମ୍ପିକ୍ସରୁ ବାଦ୍ ପଡ଼ିଲେ ମୁରଲୀ ଶ୍ରୀଶଙ୍କର

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୬ରୁ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ୧୭ ଦିନ ଧରି ପ୍ୟାରିସ ଅଲିମ୍ପିକ୍ସ ଚାଲିବ । ଏଥର ଅଲିମ୍ପିକ୍ସରେ ଭାରତ ଅଧିକ ପଦକ ଜିତିବା ନେଇ ଲକ୍ଷ୍ୟ ରଖିଥିବା ବେଳେ ଏହା ମଧ୍ୟରେ ଭାରତକୁ ଲାଗିଛି ଏକ ବଡ଼ ଝଟକା । ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ପ୍ୟାରିସ ଅଲିମ୍ପିକ୍ସରୁ ବାଦ୍ ପଡ଼ିଛନ୍ତି । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଶ୍ରୀଶଙ୍କର ଅନ୍ୟତମ ପଦକ ଦାବିଦାର ଥିଲେ । ତେଣୁ ସେ ବାଦ୍ ପଡ଼ିବା ଏବେ ଭାରତୀୟ କ୍ରୀଡ଼ା ପାଇଁ ଏକ ନୈରାଶ୍ୟଜନକ ଘଟଣା ।

ଆଣ୍ଠୁରେ ଆଘାତ ଲାଗିବା କାରଣରୁ ଶ୍ରୀଶଙ୍କର ପ୍ୟାରିସ ଅଲିମ୍ପିକ୍ସରୁ ବାହାର ହୋଇଯାଇଛନ୍ତି । ଏହା ଭାରତୀୟ ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବେ ଏକ ନୈରାଶ୍ୟଜନକ ଖବର । ଏ ବାବଦରେ ଶ୍ରୀଶଙ୍କର ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୫ ବର୍ଷୀୟ ଶ୍ରୀଶଙ୍କର ଏପ୍ରିଲ ୨୭ ଓ ମେ ୧୦ରେ କ୍ରମାଗତ ଦୁଇଥର ଡାଇମଣ୍ଡ ଲିଗ୍ ପ୍ରତିଯୋଗିତାରେ ନିଜର ଅଭିଯାନ ଆରମ୍ଭ କରିବାର ଥିଲା । ମାତ୍ର ଦୁର୍ଭାଗ୍ୟବଶତଃ ଗତ ୧୬ ତାରିଖ ଦିନ ଟ୍ରେନିଂ ସମୟରେ ତାଙ୍କୁ ଚୋଟ ଲାଗିଥିଲା ଓ ଶ୍ରୀଶଙ୍କରଙ୍କ ଅଲିମ୍ପିକ୍ସ ସ୍ୱପ୍ନ ଭାଙ୍ଗିଯାଇଥିଲା । ୨୦୨୩ରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ୮.୩୭ ମିଟର ପ୍ରୟାସ କରି ରୌପ୍ୟ ପଦକ ଜିତିବା ସହ ଶ୍ରୀଶଙ୍କର ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ।

Get real time updates directly on you device, subscribe now.