ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ କରୁଥିଲା, ତା’ପରେ ପଥରରେ ଛେଚି ଛେଚି ମାରିଦେଉଥିଲା
ଗିରଫ ହେଲା ସିରିଏଲ କିଲର, ବିବାହିତା ମହିଳାଙ୍କୁ ଜଙ୍ଗଲକୁ ଟେକିନେଇ କରୁଥିଲା ଦୁଷ୍କର୍ମ
ମହାରାଷ୍ଟ୍ର: ଗିରଫ ହେଲା ସିରିଏଲ କିଲର। ବିବାହିତା ମହିଳାଙ୍କୁ ଜଙ୍ଗଲକୁ ଟେକିନେଇ କରୁଥିଲା ଦୁଷ୍କର୍ମ। ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାର ପୋଲିସ ଜଣେ ସିରିଏଲ କିଲରଙ୍କୁ ଗିରଫ କରିଛି। ଯିଏ ଗତ ଗୋଟିଏ ମାସ ମଧ୍ୟରେ ଦୁଇ ବିବାହିତ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରି ସେମାନଙ୍କ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା।
ପୋଲିସର କହିବା ଅନୁଯାୟୀ, ଅନିଲ ସଦାଶିବଙ୍କ ଅପରାଧ କରିବାର ପଦ୍ଧତି ବହୁତ ଭୟଙ୍କର ଥିଲା। ସେ ପ୍ରଥମେ ବିବାହିତ ମହିଳାଙ୍କୁ ନିଜ ଜାଲରେ ଫସାଉଥିଲା। ତା ପରେ ସେମାନଙ୍କୁ ନିଜ ସହିତ ଜଙ୍ଗଲକୁ ନେଇଯାଇ ବଳାତ୍କାର କରୁଥିଲା ଏବଂ ଶେଷରେ ତାଙ୍କୁ ପଥରରେ ଛେଚି ଛେଚି ମାରିଦେଉଥିଲା।
ତୃତୀୟ ଘଟଣାରେ ମଧ୍ୟ ଅଭିଯୁକ୍ତ ଜଣେ ମହିଳାଙ୍କୁ ଫସାଇ ଜଙ୍ଗଲକୁ ନେଇଯାଇଥିଲା। ଯେତେବେଳେ ସେ ମହିଳାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଥିଲେ, ମହିଳା ଜଣକ କୌଣସି ପ୍ରକାରେ ତାଙ୍କ କବଳରୁ ଖସି ପଳାଇଯାଇ ଚିତ୍କାର କରିଥିଲେ। ଯାହାକୁ ଶୁଣି ଲୋକମାନେ ଏକାଠି ହୋଇ ଅଭିଯୁକ୍ତ ଅନିଲ ସଦାଶିବଙ୍କୁ ଘଟଣାସ୍ଥଳରୁ ଧରିଥିଲେ।
ଏହା ପରେ, ତାଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ପୁଲିସ ଅନିଲ ସଦାଶିବଙ୍କୁ ଗିରଫ କରି ପଚରାଉଚରା ଚଳାଇଛି।