fbpx

ଦୁଃଖ ଖବର: ସଙ୍ଗୀତ ସମ୍ରାଟ ରଶିଦ ଖାନଙ୍କ ପରଲୋକ, ନିକଟରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ

ନୂଆଦିଲ୍ଲୀ: ସଙ୍ଗୀତ ଜଗତରୁ ଆସିଛି ଏକ ଦୁଃଖ ଖବର । ସଙ୍ଗୀତ ସମ୍ରାଟ ଉସ୍ତାଦ ରଶିଦ ଖାନଙ୍କ ପରଲୋକ ଘଟିଛି । ଖରାପ ସ୍ୱାସ୍ଥ୍ୟ କାରଣରୁ ନିକଟରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁରେ ସଙ୍ଗୀତ ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ।

ତାଙ୍କ ମୃତ୍ୟୁ ଖବର ପାଇ ସଙ୍ଗୀତ ଜଗତ ଓ ଅନ୍ୟ କ୍ଷେତ୍ର ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସୂଚନା ମୁତାବକ, ସ୍ୱାସ୍ଥ୍ୟ ବିଗିଡ଼ିବା କାରଣରୁ ସଙ୍ଗୀତ ସମ୍ରାଟଙ୍କୁ ଗତ ନଭେମ୍ବର ମାସ ୨୨ ତାରିଖରେ କୋଲକତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା । ଶେଷରେ ଡାକ୍ତରଙ୍କ ସବୁ ପ୍ରୟାସ ବ୍ୟର୍ଥ ଯାଇଥିଲା ଓ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ।

ରଶିଦଙ୍କ ମୃତ୍ୟୁ ଖବର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଅନ୍ତିମ ସଂସ୍କାର ସମୟରେ ରଶିଦଙ୍କୁ ତୋପ ସଲାମୀ ଦିଆଯିବ ବୋଲି ମମତା କହିଛନ୍ତି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତାଙ୍କର ପାର୍ଥିବ ଶରୀରକୁ କୋଲକତାର ପିୟରଲେସ ହସ୍ପିଟାଲରେ ରଖାଯାଇଥିଲା । ଆଜି ରାତିକ ପାଇଁ ତାଙ୍କର ପାର୍ଥିବ ଶରୀରକୁ କୋଲକତାର ପୀସ ହେବନ ହସପିଟାଲରେ ରଖାଯିବ । ଏହାପରେ ଆସନ୍ତା ୧୦ ତାରିଖରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣପାଡ଼ିଛି । ଗତ ୨୦୨୨ରେ ଉସ୍ତାଦ ରଶିଦଙ୍କ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Get real time updates directly on you device, subscribe now.