fbpx

ଆଜି ଇଦ୍‍-ଉଜ୍‍-ଜୁହା, ଚଳଚଞ୍ଚଳ ମସଜିଦ ଓ ଇଦଗା ମୈଦାନ

Advertisement

ସମଗ୍ର ରାଜ୍ୟରେ ଆଜି ଇଦ୍‍-ଉଜ୍‍-ଜୁହା ପର୍ବ ପାଳନ କରାଯାଉଛି । ଏହି ଅବସରରେ ମୁସଲମାନ ସମ୍ପ୍ରଦାୟ ବ୍ୟକ୍ତିଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଇଦଗାହ ଓ ମସ୍‍ଜିଦରେ ସମୂହ ନମାଜପାଠର ଆୟୋଜନ କରାଯାଇଛି । ରାଜ୍ୟର ସବୁ ମସଜିଦ ଓ ଇଦଗା ମୈଦାନ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇବେ ସଭିଁଏ। ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିବ।

ଇଦ୍‍-ଉଜ୍‍-ଜୁହା ଲାଗି ରାଜ୍ୟପାଳ ରଘୁବର ଦାସ ଅଭିନ୍ଦନ ଜଣାଇଛନ୍ତି । ସେବା, ସମର୍ପଣ, ତ୍ୟାଗର ଏହି ପର୍ବରେ ସମସ୍ତେ ସାମିଲ ହେବା ସହ ସର୍ବାଙ୍ଗୀନ ବିକାଶ ଲାଗି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପର୍ବ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

Get real time updates directly on you device, subscribe now.