fbpx
BSKY
BJD MC SKY
BJD YOUTH SKY

୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଯୁବତୀ ନିଜ ପସନ୍ଦରେ କରିପାରିବେ ବିବାହ: ହାଇକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବ-ହରିଆଣା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ବଡ଼ ରାୟ ଦେଇଛନ୍ତି । ହାଇକୋର୍ଟଙ୍କ କହିବା ମୁତାବକ, ୧୬ ବର୍ଷରୁ ଅଧିକ ବୟସର ମୁସଲିମ୍ ଯୁବତୀ ନିଜ ପସନ୍ଦର ପୁଅର ସହ ବିବାହ କରିପାରିବେ । ଏହା ସହ ୧୬ ବର୍ଷୀୟ ଯୁବତୀଙ୍କୁ ନିଜ ସ୍ୱାମୀଙ୍କ ସହ ରହିବାକୁ ସମସ୍ତ ଆବଶ୍ୟକୀୟ ସୁରକ୍ଷା ଯୋଗାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ପଞ୍ଜାବ-ହରିୟାଣା ହାଇକୋର୍ଟ କହିବା ମୁତାବକ, ମୁସଲିମମାନଙ୍କ ବିବାହ ମୁସଲିମ ପର୍ସନାଲ ଲ’ ଅଧିନରେ ହୋଇଥାଏ । ଏହା ଅଧିନରେ ଯୌନ ପରିପକ୍ୱତା ପାଇଥିବା ଯେକୌଣସି ବ୍ୟକ୍ତି ବାହାଘର ବା ନିକାହ ପାଇଁ ଯୋଗ୍ୟ । ପ୍ରମାଣପତ୍ର ନଥିଲେ ବି ୧୫ ବର୍ଷ ବୟସକୁ ବାହାଘର ପାଇଁ ଯୋଗ୍ୟ ଗଣାଯାଏ ।

ତେବେ ପରିବାରଙ୍କ ବିନା ଅନୁମତିରେ ବିବାହ କରିଥିବା ଏକ ଦମ୍ପତ୍ତି ନିଜର ସୁରକ୍ଷା ପାଇଁ ପଞ୍ଜାବ-ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଏହାକୁ ମଞ୍ଜୁର କରିବା ସହ ୧୬ ବର୍ଷୀୟ ଯୁବତୀଙ୍କୁ ନିଜ ସ୍ୱାମୀଙ୍କ ରହିବାକୁ ଆବଶ୍ୟକୀୟ ସୁରକ୍ଷା ଯୋଗାଇବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.