fbpx

ହିଜାବ ବିବାଦ: କର୍ଣ୍ଣାଟକ ଯୁବତୀଙ୍କ ସମର୍ଥନରେ ବାହାରିଲା RSS, କହିଲେ- ‘ପରଦା’ ବି ଭାରତୀୟ ସଂସ୍କୃତିର ଏକ ଅଂଶ

ନୂଆଦିଲ୍ଲୀ: ଜାତୀୟ ସ୍ୱୟଂସେବକ ସଂଘ(ଆରଏସଏସ) ର ମୁସଲିମ୍ ଶାଖା କର୍ଣ୍ଣାଟକର ଛାତ୍ରୀ ବିବି ମୁସକାନ୍ ଖାନଙ୍କ ସମର୍ଥନ କରିଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ହିଜାବ ହେଉକି “ପରଦା”, ସବୁକିଛି ଆମ ଭାରତୀୟ ସଂସ୍କୃତିର ଏକ ଅଂଶ । ଆରଏସଏସ୍ ମୁସଲିମ୍ ୱିଙ୍ଗ୍, ମୁସଲିମ୍ ଜାତୀୟ ମଞ୍ଚ ପକ୍ଷରୁ ମୁସକାନ୍ ଖାନ୍ କରିଥିବା ହିଜାବ ପିନ୍ଧିବା ଆବେଦନକୁ ସମର୍ଥନ କରିଛି ଓ ଏହାକୁ ନେଇ ଉଠିଥିବା ବିବାଦକୁ ନିନ୍ଦା କରିଛି ।

ମୁସଲିମ୍ ଜାତୀୟ ମଞ୍ଚର ସଞ୍ଚାଳକ ଅନିଲ ସିଂହ କହିଛନ୍ତି ଯେ, ମୁସକାନ୍ ଆମ ସମୁଦାୟର ଜଣେ ଭଉଣୀ ଓ ଝିଅ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଆମେ ତା ସହିତ ଠିଆ ହୋଇଛୁ । ମଞ୍ଚ କହିଛି ଯେ, ହିନ୍ଦୁ ସଂସ୍କୃତି ମହିଳାଙ୍କୁ ସମ୍ମାନ କରିବା ଶିଖାଏ ଓ ଯେଉଁ ମାନେ ‘ଜୟ ଶ୍ରୀ ରାମ’ କୁ ବିରୋଧ କରୁଛନ୍ତି ଓ ଯୁବତୀଙ୍କୁ ଆତଙ୍କିତ କରିବାକୁ ଚେଷ୍ଟା କରିଛନ୍ତି ସେମାନେ ଭୁଲ ଅଟନ୍ତି ।

ଖାଲି ସେତିକି ନୁହେଁ ସଂଘ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ହିଜାବ ପିନ୍ଧିବା ମହିଳାଙ୍କ ସାମ୍ବିଧାନିକ ଅଧିକାର । ଯଦି କ୍ୟାମ୍ପସରେ ଡ୍ରେସ୍ କୋର୍ଡ ଉଲଂଘନ କରିଥିଲା ତାହେଲେ ସଂସ୍ଥା ପକ୍ଷରୁ ଉକ୍ତ ଯୁବତୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାର ଅଧିକାର ରହିଛି ।

 

Get real time updates directly on you device, subscribe now.