fbpx

ପିଲାମାନଙ୍କ ବ୍ରେନ ସାର୍ପ କରିବାକୁ ଚାହୁଁଛନ୍ତି! କରନ୍ତୁ ଏହି ସବୁ କାମ

Advertisement

ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଆମର ପରବର୍ତ୍ତୀ ପିଢ଼ିର ସୁସ୍ଥ ଭବିଷ୍ୟତ ପାଇଁ ଚାବିକାଠି । କିନ୍ତୁ ବର୍ତ୍ତମାନ ପିଲାମାନଙ୍କଠାରେ ମାନସିକ ଚାପ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ତେବେ ଏହା ଏକ ଗୁରୁତର ସମସ୍ୟା ପାଲଟିଛି । ଏହା ପାଇଁ ଅନେକ କାରଣ ଥାଇପାରେ – ପାଠପଢ଼ାର ଚାପ, ପିତାମାତାଙ୍କ ଉଚ୍ଚ ଆଶା, ପିତାମାତାଙ୍କ ମଧ୍ୟରେ କଳହ, ବ୍ୟସ୍ତବହୁଳ ଜୀବନ ଏବଂ ସୋସିଆଲ ମିଡିଆ, ଯେଉଁ କାରଣରୁ ପିଲାମାନେ ଆଙ୍ଗଜାଇଟି, ନକାରାତ୍ମକତା ଏବଂ ଏକଲାପଣର ଶିକାର ହେଉଛନ୍ତି ।

ଏଭଳି ପରିସ୍ଥିତିରେ ପିଲାମାନଙ୍କୁ ପିଲାଦିନରୁ କିଛି ଜିନିଷ ଶିକ୍ଷା ଦିଆଯିବା ଉଚିତ ଯାହା ଦ୍ୱାରା ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଦୃଢ଼ ହୋଇପାରିବ । ଏହାର କାରଣ ହେଉଛି ପିଲାଦିନେ ସେମାନଙ୍କ ମସ୍ତିଷ୍କ ବେଶ ଦ୍ରୁତ ଗତିରେ ବିକଶିତ ହୋଇଥାଏ । ତେଣୁ ଏହି ସମୟରେ ହୋଇଥିବା ଛୋଟରୁ ଛୋଟ ଘଟଣା ସେମାନଙ୍କ ମାନସିକ ସ୍ୱାସ୍ଥ ଉପରେ ପ୍ରଭାବ ପକାଇଥାଏ । ଏପରିକି ଯଦି ସେମାନଙ୍କୁ ଏହି ବୟସରେ କିଛି ଜିନିଷ ଶିକ୍ଷା ଦିଆଯାଏ, ସେମାନେ ଶୀଘ୍ର ଶିଖିଥାନ୍ତି । ତେବେ ସେ ଭଲ ଶିକ୍ଷା ହେଉ ଅବା ଖରାପ । ତେବେ ଏପରି କିଛି ଜିନିଷ ଅଛି ଯାହା ପିଲାମାନଙ୍କୁ ଶିଖାଇବା ଦ୍ୱାରା ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ସୁଦୃଢ଼ ହେବା ସହିତ ସେମାନେ ଏହି ସବୁକୁ ବେଶ ଭଲ ଭାବରେ ସାମ୍ନା କରିପାରନ୍ତି ।

ସଙ୍ଗୀତ ଶିକ୍ଷା ଦିଅନ୍ତୁ- ସଙ୍ଗୀତ ଶିଖିବା ପିଲାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ସେମାନଙ୍କର ମସ୍ତିଷ୍କର ବିକାଶରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କ ମଧ୍ୟରେ ଅନେକ ଭଲ ଅଭ୍ୟାସ ସୃଷ୍ଟି କରିଥାଏ । ପିଲାମାନେ ବାଦ୍ୟଯନ୍ତ୍ର ବଜାଇବା ଦ୍ୱାରା ସେମାନଙ୍କର ଧ୍ୟାନ ଏହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥାନ୍ତି । ସେମାନେ ଦୀର୍ଘ ସମୟ ପର୍ୟ୍ୟନ୍ତ ଗୋଟିଏ ଜିନିଷ ଉପରେ ଧ୍ୟାନ ଦେଇପାରନ୍ତି ଏବଂ ସେମାନଙ୍କର ଧୈର୍ଯ୍ୟ ମଧ୍ୟ ବଢ଼ିଥାଏ । ଏହା ସେମାନଙ୍କର ସ୍ମୃତିଶକ୍ତି ମଜବୁତ କରିଥାଏ ଏବଂ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ମଜବୁତ କରିଥାଏ ।

ନୃତ୍ୟ ଶିଖାନ୍ତୁ- ନୃତ୍ୟ ମଧ୍ୟ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ବେଶ ସକାରାତ୍ମକ ପ୍ରଭାବ ପକାଇଥାଏ । ପିଲାମାନେ ନୃତ୍ୟ କରିବା ସମୟରେ ତାଙ୍କୁ ନୃତ୍ୟର ସବୁ ଗତିବିଧିକୁ ଉଚିତ ଭାବେ ବୁଝିବାକୁ ପଡିଥାଏ । ଏହା ସହିତ ଗୀତ ବାଜିବା ସହିତ ସେମାନଙ୍କ ଶରୀରର ଅଙ୍ଗଗୁଡ଼ିକୁ ବାଲାନ୍ସ କରିବାକୁ ପଡିଥାଏ । ଏହା ଉଭୟ ମନ ଏବଂ ଶରୀରକୁ ସକ୍ରିୟ ରଖିଥାଏ । ଏହା ସେମାନଙ୍କ ମସ୍ତିଷ୍କକୁ ସକ୍ରିୟ କରିଥାଏ ।

ସ୍ପୋର୍ଟସ୍ ଶିଖାନ୍ତୁ- ପିଲାମାନଙ୍କୁ ସ୍ପୋର୍ଟସ୍ ଶିଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଏହା ଉଭୟ ଶାରୀରିକ ଏବଂ ମାନସିକ ବିକାଶ ପାଇଁ ଲାଭଦାୟକ ଅଟେ । ସ୍ପୋର୍ଟସ୍ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟାବସ୍ଥା ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଖେଳିବା ବେଳେ ପିଲାମାନେ ଖେଳର ନିୟମ ବୁଝି ରଣନୀତି ପ୍ରସ୍ତୁତ କରିବା ଏବଂ ପ୍ରତିପକ୍ଷର ଗତିବିଧିକୁ ବୁଝି ଥାଆନ୍ତି । ତେବେ ଏହା ସେମାନଙ୍କ ସେମାନଙ୍କ ମନକୁ ସକ୍ରିୟ ରଖେ । ସେମାନେ ଶୀଘ୍ର ନିଷ୍ପତ୍ତି ନେବାର କଳା ମଧ୍ୟ ଶିଖିଥାନ୍ତି । ଏହା ବ୍ୟତୀତ ଶାରୀରିକ ବ୍ୟାୟାମ ସେମାନଙ୍କ ମସ୍ତିଷ୍କରେ ରକ୍ତ ସଞ୍ଚାଳନକୁ ବଢ଼ାଇଥାଏ ଯାହା ସେମାନଙ୍କର ଏକାଗ୍ରତା, ସମସ୍ୟା ସମାଧାନ କ୍ଷମତା ଏବଂ ସ୍ମୃତି ଶକ୍ତିରେ ଉନ୍ନତି କରିଥାଏ ।

ଚିତ୍ରାଙ୍କନ ଶିଖ- ପିଲାମାନେ ଚିତ୍ରାଙ୍କନ ଏବଂ ରଙ୍ଗ କରିବା ଭଳି କଳା କାର୍ୟ୍ୟକଳାପ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ଏକ ମଜାଦାର କାର୍ୟ୍ୟ ନୁହେଁ ବରଂ ପିଲାମାନଙ୍କ ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ । ପିଲାମାନେ ଏକ ଚିତ୍ର ଆଙ୍କିବା ଏବଂ ରଙ୍ଗ କରିବା ସମୟରେ ସେମାନଙ୍କର ସମ୍ପୂର୍ଣ୍ଣ ଧ୍ୟାନ ସେହି କାର୍ୟ୍ୟ ଉପରେ ରହିଥାଏ । ସେମାନେ ଏକାଗ୍ର ହୋଇ ସେହି କାର୍ୟ୍ୟରେ ଦୀର୍ଘ ସମୟ ଧରି ବୁଡି ରହିଥାନ୍ତି । ଏହା ସେମାନଙ୍କର ଏକାଗ୍ରତା ବଢ଼ାଇଥାଏ ।

 

Get real time updates directly on you device, subscribe now.