fbpx

ମୋ ସ୍ୱାମୀ ମଦ ପିଉଥିଲେ ମୁଁ ମାନୁଛି, ମାତ୍ର ଏହାର ଶାସ୍ତି ରାଜବୀରକୁ ନମିଳୁ: କ୍ୟାମେରା ସାମ୍ନାରେ କାନ୍ଦି ପକାଇଲେ ରାଜବୀରର ମା, [Video]

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋ ସ୍ୱାମୀ ମଦ ପିଇଛନ୍ତି ଏହା ଆମର ଭୁଲ୍ । ତେବେ ଏହାର ଶାସ୍ତି ମୋ ପୁଅକୁ ନମିଳୁ ବୋଲି କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି ରାଜବୀର ରଣାର ମା’ । ୧୯ ମାସର ଶିଶୁ ରାଜବୀର ଏସଏସଏମ୍ ନାମକ ରୋଗରେ ପୀଡିତ ଅଛି । ଏହି ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଇଞ୍ଜେକ୍ସନର ମୂଲ୍ୟ ୧୬ କୋଟି ଟଙ୍କା ରହିଥିବା ବେଳେ ସାହାଯ୍ୟ ନିବେଦନ କରିଥିଲେ କୁଳମଣି ରଣା ଓ ଟାମଲିକା ଦାସ ।

ତେବେ କୁଳମଣି ଏକ ହୋଟେଲରେ ମଦ୍ୟପାନ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ କ୍ୟାମେରା ସାମ୍ନାକୁ ଆସିଛନ୍ତି କୁଳମଣି ଓ ଟାମଲିକା । ମଦ୍ୟପାନକୁ ଉଭୟ ସ୍ୱୀକାର ମଧ୍ୟ କରିଛନ୍ତି । କୁଳମଣି କହିଛନ୍ତି ମୁଁ ଟେନସନରେ ଥିବା ବେଳେ ମଦ ପିଇଥାଏ । ତେବେ ରାଜବୀର ପାଇଁ ଥିବା ଅର୍ଥରୁ ଆମେ ମଦ୍ୟପାନ କରିନାହୁଁ ବୋଲି ଉଭୟ କହିଛନ୍ତି । ଏହା ସହିତ ପୁରୁଣା ଭିଡିଓ ଭାଇରାଲ କରି ଅର୍ଥ ହଡପ କରିବାକୁ କିଛି ଲୋକ ଚକ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ରାଜବୀରର ମା’ । ଦେବବ୍ରତ ଷଡଙ୍ଗୀ ନାମକ ଜଣେ ସମାଜସେବୀ ତାଙ୍କୁ ନବୀନ ପଟ୍ଟନାୟକଙ୍କୁ ଅପମାନିତ କରିବା ପାଇଁ ବାଧ୍ୟ କରିଥିବା ବେଳେ ୪୦ ହଜାର ଟଙ୍କା ମାଗିବା ପାଇଁ ବାଧ୍ୟ କରିଥିଲେ । ଆମେ ଏଠିକୁ ରାଜନୀତି କରିବାକୁ ଆସିନାହୁଁ ପୁଅର ଜୀବନ ବଞ୍ଚାଇବା ଆମର ଲକ୍ଷ୍ୟ ବୋଲି କହିଛନ୍ତି କୁଳମଣି ରାଣା ଓ ଟାମଲିକା ଦାସ ।

Get real time updates directly on you device, subscribe now.