fbpx

ଖୋଲିବ ଝରାଫୁଲ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର,୧୦ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ହତ୍ୟା ଘଟଣାରେ ଛାନଭିନ ଜାରି ରହିଛି । ଖୁବଶୀଘ୍ର ଖୋଲବାକୁ ଯାଉଛି ଝରାଫୁଲଙ୍କ ମୃତ୍ୟୁ ରହସ୍ୟ । ଯାଜପୁର ପୋଲିସକୁ ମିଳିଛି ଝରାଫୁଲଙ୍କ ଭିସେରା ରିପୋର୍ଟ । ଭିସେରା ରିପୋର୍ଟକୁ ନେଇ ତର୍ଜମା କରୁଛି ଯାଜପୁର ପୋଲିସ । ଭିସେରା ରିପୋର୍ଟ ମିଳିବା ପରେ ମୃତ୍ୟୁ ରହସ୍ୟ ଖୁଲାସା ହେବାର ସମ୍ଭାବନା ରହିଛି ।

ତେବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତଦେହ ଯାଜପୁର ଜିଲ୍ଲା କୁଆଖିଆ ମୂଳାପାଳ ଛକ ନିକଟ ଦିଆଲଖଣ୍ଡ ମୌଜାର ରାସ୍ତାକଡ଼ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ସେମାନେ ମୃତଦେହକୁ ସ୍କୁଟରରେ ଆଣି ଫିଙ୍ଗିଥିବା ପୋଲିସ ସୂଚନା ଦେଇଥିଲା । ରାକେଶ ସ୍ୱାଇଁ ନାମକ ଜଣେ ଯୁବକଙ୍କ ସହ ତାଙ୍କ ଝିଅର ପ୍ରେମ ସମ୍ପର୍କ ଥିବା ଝରାଫୁଲଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

Get real time updates directly on you device, subscribe now.