Video: ମୁହଁ ଖୋଲିଲେ ନବ ଦାସଙ୍କ ଝିଅ ଦୀପାଳି: କହିଲେ-‘ମୁଖ୍ୟମନ୍ତ୍ରୀ ଆମକୁ ନ୍ୟାୟ ଦେବେ’

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକୁ ନେଇ ଆଜି ତାଙ୍କ ଝିଅ ଦୀପାଳି ଦାସ ମୁହଁ ଖୋଲିଛନ୍ତି। ସମ୍ବେଦନସୀଳ ପ୍ରସଙ୍ଗକୁ ନେଇ ରାଜନୀତିକରଣ କରାନଯାଉ ବୋଲି ସେ ଅନୁରୋଧ କରିଛନ୍ତି। ପୁଣି ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରଷା ଅଛି, ଆମକୁ ନ୍ୟାୟ ମିଳିବ। ନବ ଦାସ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ ଅନେକ ତଦନ୍ତ ଚଳାଇଥିବା ବେଳେ ଆଜି ନବଦାସଙ୍କ ଝିଅ ଦୀପାଳି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଯେ, ଏହି ମୃତ୍ୟୁ ମାମଲାକୁ ନେଇ କୌଣସି ପ୍ରକାର ରାଜନୀତିକରଣ ନକରାଯାଉ । ଏହାଦ୍ୱାରା ଆମ ପରିବାରକୁ ଆଘାତ ହେଉଛି । ଆମର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରଷା ମଧ୍ୟ ରହିଛି, ସେ ଆମକୁ ନ୍ୟାୟ ପ୍ରଦାନ କରିବେ । ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ମଧ୍ୟ ଭରଷା ରହିଛି ।

ତେବେ ବର୍ତ୍ତମାନ ତଦନ୍ତ ଚାଲିଥିବାରୁ ଦୀପାଳି ଅଧିକ କିଛି କହିବାକୁ ମନା କରିଛନ୍ତି । ଆଜି ବିଧାନସଭାରେ ହତ୍ୟାକାଣ୍ଡ ଓ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ବିରୋଧୀ ଦଳ ଉଠାଇଛନ୍ତି । ଜୋରଦାର ହଟ୍ଟଗୋଳ ପରେ ବିଜେପି ସଦସ୍ୟ କକ୍ଷତ୍ୟାଗ କରିଥିଲେ । ସେହିପରି ଗୃହ ବାହାରେ ବିଜେପି ସଦସ୍ୟଙ୍କ ପ୍ରତିବାଦ ଦେଖାଦେଇଛି । ଅନ୍ୟପଟେ ବିରୋଧୀ ଦଳ ନେତା ଜୟନାରାୟଣ ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତକୁ ନେଇ ଦାବି କରିଛନ୍ତି । ଏହିସବୁ ଘଟଣାକୁ ନେଇ ନବ ଦାସଙ୍କ ଝିଅ ଦିପାଳୀ ରାଜନୀତିକରଣ କରା ନଯିବା ପାଇଁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.