ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଚିଠି ଦେଲୁ କହିଲେ ନବ ଦାସଙ୍କ ଝିଅ ଦୀପାଳି ଦାସ ।
ପରିବାର ସହ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଫେରାଲାବେଳେ ଏହି ସୂଚନା ଦେଇଛନ୍ତି ଦୀପାଳି । ସିବିଆଇ ତଦନ୍ତ କରାଇବା ପାଇଁ ଅନୁରୋଧ ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଲୁ ବୋଲି କହିଲେ ।
ମୁଖ୍ୟମନ୍ତ୍ରୀ ଏ ନେଇ ବିଚାର କରିବେ ବୋଲି ଆମକୁ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି ନିରପେକ୍ଷ ତଦନ୍ତ କରାଇବେ ।
ନବ ଦାସଙ୍କ ପରିବାରକୁ ଭେଟିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା; ପ୍ରକୃତ ଦୋଷୀକୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ ।
ଏ ନେଇ ନବ ଦାସଙ୍କ ପରିବାରକୁ ଭରସା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁଭଳି ଭାବେ ଘଟଣା ଘଟିଲା ତାହା ଦୁଃଖଦାୟକ ଓ ନିନ୍ଦନୀୟ । ସରକାର ସବୁଦିଗକୁ ପୁଣିଥରେ ତନ୍ନତନ୍ନ ପରୀକ୍ଷା କରିବେ । ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ ସରକାର ।
ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏତିସହ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବାକୁ ପରାମର୍ଶ ଦେଲେ ମୋହନ । ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ନବଙ୍କ ପରିବାରକୁ ଭେଟିଥିଳେ ମୋହନ ମାଝୀ ।