ବ୍ରଜରାଜନଗର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଖୋଳତାଡ । କ୍ରାଇମ ସ୍ପଟରେ କ୍ରାଇମବ୍ରାଞ୍ଚ ଟିମର ଅନୁଧ୍ୟାନ ।
ବ୍ରଜରାଜନଗର ଗାନ୍ଧୀ ଛକେରେ କ୍ରାଇମ ସ୍ପଟ୍ ଦେଖିଲା ଟିମ୍ । ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ କରିଛି କ୍ରାଇମ ବ୍ରାଞ୍ଚ ।
ଗତକାଲି ନବଙ୍କ ସ୍ତ୍ରୀ ମୀନତି ଓ ପରିବାର ବର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ । ନିରପେକ୍ଷ ତଦନ୍ତ ନେଇ ପରିବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିବାବେଳେ ପରିବାର ଲୋକ ସିବିଆଇ ତଦନ୍ତ ନେଇ ଦାବିପତ୍ର ମୁଖ୍ୟନ୍ତ୍ରୀଙ୍କୁ ଦେଇଛନ୍ତି ।
ଅନ୍ୟପକ୍ଷେ ନବଙ୍କ ପ୍ରକୃତ ହତ୍ୟାକରୀକୁ ଧରିବା ନେଇ ରାଜ୍ୟ ସରକାର ସ୍ପଷ୍ଟ ଦୃଢ଼ୋକ୍ତି ପ୍ରଦାନ କରିଛନ୍ତି ।