ନବ ଦାସଙ୍କ ସ୍ତ୍ରୀ, ଝିଅ, ପୁଅଙ୍କର ବୟାନ ରେକର୍ଡ କଲା କ୍ରାଇମବ୍ରାଞ୍ଚ, ସ୍ୱାଗତ କଲା ବିଜେଡି

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ । ନବଙ୍କ ପରିବାର ଲୋକଙ୍କର ହେଲା ବୟାନ ରେକର୍ଡ ।

ଗୃହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ସେମାନେ ନ୍ୟାୟ ଦେଇ ପାରି ନ ଥିଲେ, ତେଣୁ ଆମକୁ ଲେଖିକି ଦେଲେ ।

ଆଜି ନବଙ୍କ ଘରେ କ୍ରାଇମ ବ୍ରାଞ୍ଚ ଟିମ୍ ପହଞ୍ଚି ବୟାନ ରେକର୍ଡ କରିଥିବା ସୂଚନା ଦେଲେ ଆଇନ ମନ୍ତ୍ରୀ ।

ନବ ଦାସ ହତ୍ୟାକାଣ୍ଡର ସାନି ତଦନ୍ତ ଆରମ୍ଭ ହେବାକୁ ସ୍ୱାଗତ କରିଛି ବିଜେଡି । ସରକାର ଚାହିଁଲେ ସିବିଆଇ ତଦନ୍ତ ହେବ, କ୍ରାଇମବ୍ରାଞ୍ଚ ତଦନ୍ତକୁ ସରକାର ଆଗେଇ ନେଇଛନ୍ତି କହିଲା ବିଜେଡି ।

ସରକାରଙ୍କ ଏ ପଦକ୍ଷେପକୁ ଆମେ ସ୍ୱାଗତ କରୁଛୁ ବୋଲି କହିଲା ବିରୋଧୀ ବିଜେଡି ।