fbpx

ଆସନ୍ତାକାଲି ନବଯୌବନ ଦର୍ଶନ: ଜାଣନ୍ତୁ କେତେବେଳେ ଭକ୍ତଙ୍କୁ ଦେଖାଦେବେ ଶ୍ରୀଜିଉ?

ପୁରୀ(ଓଡ଼ିଶା ଭାସ୍କର): ଅଣସର ଘରେ ରହିବା ପରେ ଜ୍ୱରରୁ ସୁସ୍ଥ ହୋଇସାରିଛନ୍ତି ମହାପ୍ରଭୁ । ଆସନ୍ତାକାଲି ମହାପ୍ରଭୁଙ୍କର ନବଯୌବନ ଦର୍ଶନ । ନବଯୌବନ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଜାରି କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମ ୧ ଘଣ୍ଟା ପରିମାଣିକ ଦର୍ଶନ ହେବ । ପରେ ସକାଳ ୯ଟାରୁ ୧୦ଟା ୩୦ ଯାଏଁ ରହିଛି ସର୍ବସାଧାରଣ ଦର୍ଶନ । ବିଶେଷ ନୀତି ପାଇଁ ସକାଳ ସାଢ଼େ ୧୦ରୁ ଦିନ ୨ଟା, ୩ଟାରୁ ୬ଟା ଦର୍ଶନ ବନ୍ଦ ରହିବ । ସାଢ଼େ ୬ଟାରୁ ରାତି ୯ଟା ଓ ରାତି ସାଢ଼େ ୧୧ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ସେହିପରି ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ଟାରୁ ସାଢ଼େ ୬ଟା, ରାତି୯ଟାରୁ ସାଢ଼େ ୧୦ ଟା, ଏବଂ ରାତି ସାଢ଼େ ୧୧ ଟାରୁ ସାଢ଼େ ୧୨ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ ।

ଅନ୍ୟପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜି ହେଉଛି ଶ୍ରୀ ଅଲାରନାଥଙ୍କ ଅନବସରର ଶେଷ ଦର୍ଶନ । ୧୪ ଦିନ ଧରି ଚାଲିଥିବା ଅଣସର ଯାତ୍ରାର ଆଜି ଅନ୍ତିମ ଦିବସ । ଆସନ୍ତାକାଲି ଠାରୁ ଶ୍ରୀକ୍ଷେତ୍ରରେ ଲାଗିବ ଗହଳି । ୧୪ ଦିନ ପରେ ସୁସ୍ଥ ହୋଇ ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁ ଦାରୁବ୍ରହ୍ମ ଜଗନ୍ନାଥଙ୍କ ଲୀଳାରେ ବ୍ରହ୍ମଗିରି ଅଲାରନାଥ ପୀଠ ପାଲଟିଥିଲା ଦ୍ୱିତୀୟ ଶ୍ରୀ କ୍ଷେତ୍ର । ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମରେ ବ୍ରହ୍ମଗିରି ଅଲାରନାଥଙ୍କ ପୀଠ ପାଲଟିଥିଲା ଏକ ଆଧ୍ୟାତ୍ମିକ ପରିବେଶ ।

ସେବାୟତ ନିଯୋଗ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହିତ ଭକ୍ତ ଠାକୁରଙ୍କୁ ଦର୍ଶନ କରିଥିଲେ । ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଆଜି ଶେଷ ଦିନରେ ସକାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ମହାପ୍ରଭୁଙ୍କ ସମସ୍ତ ନୀତି ସମ୍ପନ୍ନ ହେବା ପରେ ୬ଟାରୁ ସର୍ବସାଧାରଣଙ୍କ ଦର୍ଶନ ଆରମ୍ଭ ହୋଇଛି । ସ୍ନାନ ମଣ୍ଡପରେ ୧୦୮ ସୁବାସିତ ଜଳରେ ସ୍ନାନ ପରେ ମହାପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଅଣସର ଗୃହରେ ଜ୍ଵରରେ ପୀଡ଼ିତ ହୋଇଛନ୍ତି ।

Get real time updates directly on you device, subscribe now.