fbpx

ନାବାଳିକାକୁ ରାସ୍ତାରୁ ଉଠାଇ ନେଇ ଗଣଦୁଷ୍କର୍ମ ଅଭିଯୋଗ: ୩ ନାବାଳକ ଅଭିଯୁକ୍ତ ଗଲେ ବାଳ ସୁଧାର ଗୃହ, ୨ଜଣଙ୍କୁ କୋର୍ଟ ଚାଲାଣ

Advertisement

ଲହୁଣୀପଡ଼ା, (ଭାସ୍କର ନ୍ୟୁଜ୍‌): ଜଣେ ନାବାଳିକା ଗଣ ଦୁଷ୍କର୍ମରଶୀକାର ହୋଇ ଥାନାର ଦ୍ୱାରସ୍ଥ ହେବା ପରେ ଲହୁଣୀପଡା ପୋଲିସ ଗତକାଲି ୫ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଥା ବଣାଇ ଏସ୍‌ଡିିଓ ସୌରଭ କୁମାର ହୋତା ଏକ ପ୍ରେସ୍‌ ବିବୃତିରେ ପ୍ରକାଶ କରିଛନ୍ତି । ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ସାବାଳକ ଥିବା ବେଳେ ତିନି ଜଣ ନାବାଳକ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଲହୁଣୀପଡ଼ା ଥାନା ଅନ୍ତର୍ଗତ ଟିକାୟତପାଲି ମଦନମୁଣ୍ଡା ଗ୍ରାମର ଜଣେ ନାବାଳିକା ସାଲେଇପାଲି ଛକକୁ ସିଲେଇ ଟ୍ରେନିଂ ନେବା ପାଇଁ ପ୍ରତ୍ୟେକ ଦିନ ଆସିଥାଏ । ଗତ ୧୫.୪.୨୨ ତାରିଖ ମଧ୍ୟ ପ୍ରତ୍ୟେକ ଦିନ ପରି ସକାଳୁ ତା’ର ଟ୍ରେନିଂ ସେଣ୍ଟରକୁ ଆସିଥିଲା । ତେବେ ଟ୍ରେନିଂ ସାରି ସାଇକେଲରେ ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଯୌନପି ।ସୁମାନେ ଛକି ବସିଥିଲେ ଏକ ବୁଦା ମୂଳେ । ଉକ୍ତ ରାସ୍ତା ଦେଇ ନାବାଳିକା ଜଣକ ଯାଉଥିବା ବେଳେ ପିତା ଗାଁ ନିକଟରୁ ୫ ଜଣ ଯୌନ ରାକ୍ଷସ ଏକ ବୁଦା ମୂଳକୁ ଟେକି ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣକ ଜୋରରେ ଚିତ୍କାର କରି ଥିଲେ ସୁଦ୍ଧା କେହି ଶୁଣି ନଥିଲେ । ତେବେ ଉକ୍ତ ରାସ୍ତା ଦେଇ ସେହି ଗ୍ରାମର ଜଣେ ବ୍ୟକ୍ତି ମଟର ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ମଟରସାଇକେଲ ଶବ୍ଦ ଶୁଣି ଦୁବୃର୍ତ୍ତମାନେ ନାବାଳିକାକୁ ଛାଡି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ନାଁ ବାଳିକା ଜଣକ ଘରକୁ ଯାଇ ସବୁକଥା କହିବା ପରେ ନାଁ ବାଳିକାର ବାପା ଆସି ଲହୁଣୀପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଆଧାର କରି ଲହୁଣୀପଡା ପୋଲିସ ଏକ ମାମଲା ରୁଜୁ କରିବା ସହିତ ଅଧିକ ତଥ୍ୟ ପାଇଁ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ବା ସହିତ ସାଇଣ୍ଟିପିକ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚି ଥିଲେ । ଘଟଣା ସ୍ଥଳରୁ ଆଧାର କାର୍ଡ, ବ୍ୟାଙ୍କ ଖାତା, ଟିଫିନ୍‌ ବକ୍ସ, ମୋବାଇଲ ଫୋନ, ଏବଂ ଗୋଟିଏ ସାଇକେଲ ମିଳିଥିବା ସୂଚନା ମିଳିଛି । ପିତା ଗାଁର ସୁକଦେବ ଏକ୍କା (୧୯) ଦର୍ଜିଙ୍ଗ ଗ୍ରାମର ସମରା ଓରାମ (୧୯)ଙ୍କ ସମେତ ତିନି ଜଣ ନାବାଳକ ଗିରଫ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ତିନି ଜଣ ନାବାଳକଙ୍କୁ ବାଳସୁଧାଗୃହ ରାଉରକେଲାକୁ ପଠାଇ ଥିବା ପୋଲିସ ସୂଚନା ଦେଇଛି । ଅଧିକ ତଥ୍ୟ ପାଇଁ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପ୍ରକାଶ ଥାଉ କି ଉକ୍ତ ଯୁବକମାନେ ମାଛଧରିବାକୁ ଯାଇ ଫେରି ବା ସମୟରେ ବାଟରେ ହାଣ୍ଡିଆ ପିଇ ଏଭଳି କାର୍ଯ୍ୟ କରି ଥିବା ପୋଲିସ ସମ୍ମୁଖରେ ସ୍ୱୀକାର କରିଛନ୍ତି ।

Get real time updates directly on you device, subscribe now.