fbpx

ନାବାଳିକା ଦୁଷ୍କର୍ମ ମାମଲା: ସାଲିଆସାହିରୁ ଅଭିଯୁକ୍ତ ଯୁବକକୁ ଧରିଲା ସ୍ପେଶାଲ ସ୍କ୍ୱାଡ

ବାଲିପାଟଣା (ଭାସ୍କର ନ୍ୟୁଜ୍‌): ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୋଗର ୧୨ ଘଣ୍ଟା ନପୂରୁଣୁ ଫେରାର୍‌ ଅଭିଯୁକ୍ତକୁ ଗିରଫ୍‌ କରିଛନ୍ତି ବାଲିପାଟଣା ଥାନା ଅଧିକାରୀ ।

ସୂଚନା ଅନୁଯାୟୀ ଗୁରୁବାର ଏକ ୯ ବର୍ଷର ନାବାଳିକାକୁ ୨୦ ବର୍ଷର ଯୁବକ ଦୁଷ୍କର୍ମ କରି ଗିରଫ୍‌ ଭୟରେ ଫେରାର୍‌ ହୋଇଯାଇଥିଲା । ନାବାଳିକାଟି ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଅତି ସମ୍ବେଦନଶୀଳ ହୋଇଥିବାରୁ ବାଲିପାଟଣା ଥାନା ଅଧିକାରୀ ଶ୍ରୀ ବରାଡ ଘଟଣାକୁ ଗୁରୁତ୍ୱର ସହିତ ନେଇ ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ପେଶାଲ ସ୍କ୍ୱାଡ ଗଠନ କରିଥିଲେ । କୌଣସି ସୂତ୍ରରୁ ଖବର ପାଇଥିଲେ ଅଭିଯୁକ୍ତ ସାଲିଆସାହି ବସ୍ତିରେ ଆତ୍ମଗୋପନ କରିଛି । ତୁରନ୍ତ ଖବର ପାଇ ସେଠାରେ ଚଢାଉ କରି ଯୁବକକୁ ଗିରଫ୍‌ କରିଥିଲେ । ଆଜି ଅଭିଯୁକ୍ତର ଡାକ୍ତର ମାଇନା କରାଇ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରି ଶ୍ରୀ କୃପାସିନ୍ଧୁ ବରାଡ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.