fbpx

ଇନସୁରାନ୍ସ ସେକ୍ଟରରେ ସରକାରୀ ଚାକିରି, 170 ପଦବୀ ଖାଲି

naicl recruitment 2024 apply for various posts

ନୂଆଦିଲ୍ଲୀ: ଇନସୁରାନ୍ସ ସେକ୍ଟରରେ ସରକାରୀ ଚାକିରି ଖୋଜୁଥିଲେ ଆସିଲା ସୁବର୍ଣ୍ଣ ସୁଯୋଗ । ଭାରତ ସରକାରଙ୍କ କମ୍ପାନୀ ନ୍ୟୁ ଇଣ୍ଡିଆ ଇନସୁରାନ୍ସ (NAICL) ଅଫିସର ଲେବଲର 170 ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାର କରିଛି । ଏହି ପଦବୀ ପାଇଁ ନୋଟିଫିକେସନ ମଧ୍ୟ ବାହାର କରାଯାଇଛି । ଯେଉଁମାନେ ସରକାରୀ ଇନ୍ସରାନ୍ସ କମ୍ପାନୀରେ ଅଫିସର ହେବା ନେଇ ସ୍ହପ୍ନ ଦେଖିଛନ୍ତି, ସେମାନଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ଅଟେ ।

ଏନେଇ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର 10 ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ସେପ୍ଟେମ୍ବର 29 ତାରିଖରେ ଶେଷ ହେବ । newindia.co.in ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ ଆଶାୟୀ । ଜର୍ଣ୍ଣଲିଷ୍ଟ ପଦ ପାଇଁ କୌଣସି ଏକ ସ୍ବିକୃତୀ ପ୍ରାପ୍ତ ବିଶ୍ବ ବିଦ୍ୟାଳୟରୁ ସ୍ନାତ୍ତକ କିମ୍ବା ସ୍ନାତ୍ତରତ୍ତୋର ସାର୍ଟିଫିକେଟ ରହିବା ଆବଶ୍ୟକ ।  ଅନ୍ୟୁନ 60 ପ୍ରତିଶତ ମାର୍କ ରହିଥିଲେ ଜଣେ ଆଶାୟୀ ଆବେଦନ କରିପାରିବ । ସଂରକ୍ଷିତ ବର୍ଗ ପାଇଁ 55 ପ୍ରତିଶତ ରଖାଯାଇଛି । ଆକାଉଣ୍ଟ୍ସ ପଦ ପାଇଁ ଆଶାୟୀଙ୍କୁ CA/ICWAI ପାସ୍ ଏବଂ ଏମବିଏ, ପିଜିଡିଏମ କିମ୍ବା ଏମକମର ଡିଗ୍ରୀ ରହିଥିବା ଉଚିତ । ଏଥିରେ ଆବେଦନ କରିବା ପାଇଁ ବୟସୀମା ଅନୁନ୍ୟ 21 ବର୍ଷ ଏବଂ ସର୍ବାଧିକ ବୟସସୀମା 30 ବର୍ଷ ହେବା ଉଚିତ । ଏହି ପଦବୀ ଗୁଡିକରେ ନିଯୁକ୍ତି ମିଳିଲେ ମାସିକ 88 ହଜାର ଟଙ୍କା ଦରମା ମିଳିବ । ତେବେ ପ୍ରିଲିମ୍ସ ପରୀକ୍ଷା ଅକ୍ଟୋବର 13 ତାରିଖରେ ହେବ । ଅନୟପଟେ ମେନ ପରୀକ୍ଷା ନଭେମ୍ବର 17 ତାରିଖରେ ହେବ ।

Get real time updates directly on you device, subscribe now.