ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୨ତମ ପ୍ରତିଷ୍ଠା ଦିବସ, ବାଘ ଛୁଆଙ୍କ ନାମ କରଣ କରାଯିବ

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୬୨ତମ ପ୍ରତିଷ୍ଠା ଦିବସରେ ପ୍ରତିଷ୍ଠା ଦିବସ।  ଚଳିତ ବର୍ଷ ଧଳା ବାଘୁଣୀ ବିଜୟା ଗର୍ଭରୁ ଜନିତ ୩ ବାଘ ଛୁଆ ଓ ବାଘୁଣୀ ମେଘା ଜନ୍ମ ଦେଇଥିବା ୩ଟି ଶାବକଙ୍କର ନାମ କରଣ ନନ୍ଦନକାନନର ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ କରାଯିବ । ଅନଲାଇନ (ଫେସବୁକ ଓ ଟୁଇଟର) ମାଧ୍ୟ୍ୟମରେ ନାମକରଣ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । କ୍ରମେ ବକ୍ସରେ ଥିବା ନାମ ମଧ୍ୟରୁ ଚୟନ କରାଯାଇ ଏହି ଛଅ ବାଘ ଛୁଆଙ୍କ ନାମ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହଛି । ଏଥିସହ ମୁଖ୍ୟ ଅତିଥି ସମସ୍ତ ଖୁଆଡ ପରିଦର୍ଶନ ସହ ପ୍ରଥମ କରି ଏକ ବଜ୍ରକାପ୍ତା ଦେହରେ ରେଡିଓକଲାର ଲଗାଇ ହରିଣ ସଫାରୀରେରେ ଛଡା ଯିବାର ବ୍ୟବସ୍ଥା ରହିଛି । ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶିଶିର କୁମାର ରଥ, ସମ୍ମାନୀତ ଅତିଥି ପ୍ରଧାନ ବନ ସଂରକ୍ଷକ ତଥା ମୁଖ୍ୟ ବନ୍ୟ ପ୍ରାଣୀ ତତ୍ୱାବଧାରକ ଶଶୀ ପଲ, ନନ୍ଦନକାନନ ନିର୍ଦ୍ଧେଶକ ମନୋଜ ଭି.ନାୟାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ମୁତାବିକ, ମଙ୍ଗଳବାର ୬୦ ନମ୍ବର ଖୁଆଡ଼ରେ ରହୁଥିବା ସିମ୍ପାଞ୍ଜି ‘ରାକ୍ଷୀ’ ମା’ ହୋଇଛି । ୧୦ ବର୍ଷିୟା ସିମ୍ପାଞ୍ଜିଟିର ଏହା ହେଉଛି ପ୍ରଥମ ଶାବକ । ସିମ୍ପାଞ୍ଜିଟି ଏକ ମାଈ ଛୁଆକୁ ଜନ୍ମ ଦେଇଛି ।ଏନେଇ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ପ୍ରାଣୀ ଉଦ୍ୟାନର ଚିକିତ୍ସକ ଡା. ରମଣି ରଞ୍ଜନ ବିଶ୍ୱାଳ ଓ ଜନ୍ତୁ ରେଞ୍ଜର ସୁଦିପ୍ତ ପଣ୍ଡା ମା’ ଓ ଶାବକର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉଭୟ ସୁସ୍ଥ ଅଛନ୍ତି ।

ନନ୍ଦନକାନନରେ ନବଜାତ ସିମ୍ପାଞ୍ଜିକୁ ମିଶାଇ ମୋଟ୍‌ ୮ଟି ସିମ୍ପାଞ୍ଜି ଅଛନ୍ତି । ସେଥିମଧ୍ୟରୁ ୬ଟି ମାଈ ଓ ୨ଟି ଅଣ୍ଡିରା ସିମ୍ପାଞ୍ଜି ଖୁଆଡ଼ରେ ଅଛନ୍ତି।