ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ଆସିବେ ମୋଦି । ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ।
ଝାରସୁଗୁଡ଼ା ଗସ୍ତରେ ଆସିବେ ପ୍ରଧାନ ମନ୍ତ୍ରୀ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଚି ।
ଝାରସୁଗୁଡ଼ାରେ ମୋଦି ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ।
ପୂର୍ବରୁ ମୋଦି ବ୍ରହ୍ମୁର ଆସିବା ନେଇ କାର୍ଯ୍ୟକ୍ରମ ସ୍ଥିର କରିଥିଲେ । ହେଲେ ସେଠାରେ ବର୍ଷା ଆଲର୍ଟ ରହିବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ କରାଯାଇ, ଝାରସୁଗୁଡ଼ା କରାଯାଇଛି ।