fbpx

ଜଣାପଡ଼ିବା ପରେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ସୂଚନା ନଦେବା ଗମ୍ଭୀର ଅପରାଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାବାଳିକାଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ବିଷୟରେ ସୂଚନା ଦେବାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ବୟାନ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ମତରେ, ଜଣେ ନାବାଳିକାଙ୍କ ବିରୋଧରେ ଯୌନ ଅପରାଧର ଖବର ନହେବା ଏକ ଗୁରୁତର ଅପରାଧ ଏବଂ ଏହା ସିଧାସଳଖ ଅପରାଧୀଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ ବୋଲି ଧରାଯିବ ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଅଧିନିୟମ ଅନୁଯାୟୀ ଅପରାଧର ତୁରନ୍ତ ତଥା ସଠିକ୍ ସୂଚନା ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଏହା କରା ନ ଯାଏ, ତେବେ ଏହା ଆଇନର ଉଦ୍ଦେଶ୍ୟକୁ ବିଫଳ କରିବ । ଏହା ସହିତ ସର୍ବୋଚ୍ଚ ଅଦାଲତ ଗତ ବର୍ଷ ଏପ୍ରିଲ ମାସରେ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସମେତ ଡାକ୍ତରଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟକୁ ବାତିଲ କରିଥିଲେ ।

ହଷ୍ଟେଲରେ ଅନେକ ନାବାଳିକାଙ୍କ ଉପରେ ଯୌନ ଉତ୍ପୀଡ଼ନ ସମ୍ପର୍କରେ ସୂଚନା ଥାଇ ମଧ୍ୟ ଡାକ୍ତର ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇ ନଥିଲେ । ଡାକ୍ତରଙ୍କୁ ସେହି ନାବାଳିକାଙ୍କ ଚିକିତ୍ସା ଦାୟିତ୍ୱ ଦିଆଯାଇଥିଲା । ଜଷ୍ଟିସ୍ ଅଜୟ ରାସ୍ତୋଗୀ ଏବଂ ସିଟି ରବିକୁମାରଙ୍କ ଏକ ବେଞ୍ଚ କହିଛନ୍ତି ଯେ, ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଏଫ୍ଆଇଆର୍ ଏବଂ ଚାର୍ଜସିଟ୍ ବିଚାରାଧୀନ ଅଛି । ବେଞ୍ଚ ଏହାର ୨୮ ପୃଷ୍ଠାର ବିଚାରରେ କହିଛି ଯେ, ଜଣେ ନାବାଳିକାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଖବର ନହେବା ଏକ ଗୁରୁତର ଅପରାଧ । ଏହା ଯୌନ ନିର୍ଯାତନା ଅପରାଧୀଙ୍କୁ ସୁରକ୍ଷା ଦେବା ପାଇଁ କରାଯାଇଛି ବୋଲି ସ୍ପଷ୍ଟ ହେଉଛି ।

ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ବେଞ୍ଚ ଏହା ମଧ୍ୟ କହିଛି ଯେ, ଅନୁସନ୍ଧାନ ବେଳେ ୧୭ ଜଣ ନାବାଳିକାଙ୍କୁ ଯୌନ ଶୋଷଣ କରାଯାଇଥିବା ଜଣାପଡିଛି । ହଷ୍ଟେଲରେ ଥିବା ଝିଅମାନଙ୍କର ଚିକିତ୍ସା ପାଇଁ ଜଣେ ଡାକ୍ତର ନିଯୁକ୍ତ ହୋଇଥିଲେ । ଅନ୍ୟପଟେ ଝିଅମାନେ ନିଜ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ବିଷୟରେ ଡାକ୍ତରଙ୍କୁ କହିଥିବା ପୋଲିସ ନିକଟରେ ବୟାନ ଦେଇଛନ୍ତି ।

Get real time updates directly on you device, subscribe now.