ନୂଆଦିଲ୍ଲୀ: ଜାପାନର ବଂଶୋଦ୍ଭବ ନୋଜୂମ ହଗିହାରା, କୋଲକାତାରୁ ଦିଲ୍ଲୀ ଫୁଟବଲ ଖେଳି ଖେଳି ୨୦୦୦ କିମିର କରୁଛନ୍ତି ପଦଯାତ୍ରା। ଆଜି ସେ କାଶୀରେ ପହଞ୍ଚି ଅଟକିଛନ୍ତି। ଗୁରୁବାର ସକାଳେ ସେ ଲକ୍ଷ୍ନୌ ଯିବେ।
ନୋଜୂମ ହଗିହାରା ଏହି ଯାତ୍ରା ୩ ମାର୍ଚ୍ଚ ୨୦୨୫ରେ ଆରମ୍ଭ କରିଛନ୍ତି ଏବଂ ୧୫ ମେ ୨୦୨୫ରେ ଦିଲ୍ଲୀରେ ଜାପାନୀ ଦୂତାବାଦରେ ଶେଷ କରିବେ। ସେ ଲକ୍ଷ୍ୟ ରଖିଛନ୍ତି ଯେ, ଓଜିର ୩୩୭.୩୭ କିମିର ଗିନିଜ ରେକର୍ଡକୁ ଭାଙ୍ଗି ଏକ ନୂଆ ଇତିହାସ ରଚନା କରିବେ।
ନୋଜୂମ ହଗିହାରା ବିହାରର ବୋଧଗୟାରେ “FC Nono”ନାମକ ଏନଜିଓ ସଂସ୍ଥା ଚଳାଉଛନ୍ତି। ଏହି ସଂଗଠନ “FC Non” ପିଲାଙ୍କ ଖେଳର ବିକାଶ, ଲିଙ୍ଗଗତ ସମାନତା ଏବଂ ମାନସିକ-ଶାରିରୀକ ବିକାଶକୁ ପ୍ରୋତ୍ସାହିତ କରିବା। ତାଙ୍କ ଯାତ୍ରାର ଉଦ୍ଦେଶ୍ୟ ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଖେଳ ମାଧ୍ୟମରେ ଏକ ବଡ଼ ପରିବର୍ତ୍ତନ ଆଣିବା।
ଏହି ଯାତ୍ରାରେ ନୋଜୂମଙ୍କୁ ବହୁ ଅସୁବିଧାର ସମ୍ମୁକୀନ ହେବାକୁ ପଡୁଛି, ହେଲେ ସେ ଏହାରି ମଧ୍ୟରେ ୩୦ରୁ ୪୦ କିମି ପ୍ରତିଦିନ ଯାତ୍ରା କରୁଛନ୍ତି। ତାଙ୍କୁ ଭାରତର ପ୍ରାକୃତିକ ସବୁଜ ପରିବେଶ ଏବଂ ଗ୍ରାମୀଣ ଜୀବନ ସବୁଠୁ ପସନ୍ଦ ଆସିଛି ବୋଲି ସେ ଉଲ୍ଲେଖ କରିଛନ୍ତି।