ଜାତୀୟ ଯୁବ ଦିବସ ଅବସରରେ ସମୃଦ୍ଧ ସମାଜ ଗଠନ କରିବା ପାଇଁ ଯୁବ ମାନଙ୍କୁ ଆହ୍ୱାନ,

ଭୁବନେଶ୍ୱର:ସ୍ୱାମୀ ବିବେକାନନ୍ଦଙ୍କୁ ଜଣେ ସାଧୁ, ଦାର୍ଶନିକ, ସାମାଜିକ ସଂସ୍କାରକ ତଥା ଜଣେ କବି ଭାବରେ ସାରା ବିଶ୍ୱରେ ପରିଚିତ । ତାଙ୍କ ବ୍ୟକ୍ତିତ୍ୱ ତାଙ୍କ ପରିବାରରୁ ପାଇଥିବା ମୂଲ୍ୟବୋଧରୁ ଆରମ୍ଭ ହୋଇଥିଲା । ଭାରତୀୟ ସନାତନ ଧର୍ମ ସହିତ ଏହାକୁ ବିଶ୍ୱରେ ପରିଚିତ କରିଥିବା ସ୍ୱାମୀ ବିବେକାନନ୍ଦ ପିଲାଦିନରୁ ଅନୁସନ୍ଧାନ ପ୍ରକୃତିର ଥିଲେ । ସେ ଗରିବଙ୍କ ସେବାକୁ ଇଶ୍ବରଙ୍କ ସେବା ବୋଲି ବର୍ଣ୍ଣନା କରିଥିଲେ ଏବଂ ଏହାକୁ ନିଜ ଜୀବନସାରା ଗ୍ରହଣ କରିଥିଲେ। ସ୍ୱାମୀ ବିବେକାନନ୍ଦ ଭାରତୀୟ ସଂସ୍କୃତିର ମହାନ ନାୟକ ଥିଲେ ଏବଂ ସର୍ବଦା ରହିବେ ମଧ୍ୟ ।

ସ୍ୱାମୀ ବିବେକାନନ୍ଦ ୧୨ ଜାନୁଆରୀରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ଜନ୍ମଦିନ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ । ୧୯୮୫ ପରଠାରୁ, ପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ ଏବଂ ସେହି ଦିନଠାରୁ ଆରମ୍ଭ ହୋଇଥିବା ସପ୍ତାହକୁ ଜାତୀୟ ଯୁବ ସପ୍ତାହ ଭାବରେ ପାଳନ କରାଯାଏ। ସ୍ୱାମୀ ବିବେକାନନ୍ଦ ଯୁବ ମାନଙ୍କୁ ଏହି ମନ୍ତ୍ର ଦେଇଥିଲେ ‘ଉଠ, ଜାଗ୍ରତ ହୁଅ ଏବଂ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଅଟକ ଯାଅ ନାହିଁ ‘। କେବଳ ଏତିକି ନୁହେଁ ତାଙ୍କୁ ୟୁଥ୍ ଆଇକନ୍ ଅଫ୍ ଇଣ୍ଡିଆ ମଧ୍ୟ କୁହାଯାଏ।

ତେବେ ଜାତୀୟ ଯୁବ ଦିବସ ଅବସରରେ ଅଗ୍ରଣୀ ସ୍ୱଚ୍ଛାସେବୀ ସଂଗଠନ କ୍ରାନ୍ତିକାରୀ ଫାଉଣ୍ଡେସନ ଦ୍ୱାରା ଏକବିଂଶ ଶତାବ୍ଦୀରେ ଛାତ୍ର ଓ ଯୁବ ସମାଜ ପାଇଁ ଆହ୍ୱାନ ଉପରେ ଏକ ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବକ ଯୁବତୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ସମାଜରେ ଯୁବପିଢୀଙ୍କ ଆବଶ୍ୟକତା ଓ ସମାଜ ପ୍ରତି ସେମାନଙ୍କ ଅବଦାନ ପାଇଁ କିପରି ଆବଶ୍ୟକତା ରହିଛି ସେ ନେଇ ଆଲୋଚନା ହୋଇଥିଲା, ଅନେକ ମହାପୁରୁଷ ମାନଙ୍କ ଜୀବନୀ ଓ ସେମାନଙ୍କ ଦ୍ୱାରା କିପରି ଆଜିର ଯୁବପିଢ଼ି ପ୍ରଭାବିତ ହୋଇ ଦେଶ ତଥା ଜାତିର ସୁରକ୍ଷା ପାଇଁ ଆଗକୁ ଆସିବେ ସେ ନେଇ ସମସ୍ତଙ୍କୁ ସଂକଳ୍ପିତ ହେବାକୁ ଆହ୍ୱାନ ଦିଆଯାଇଥିଲା, ଆଜି ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ହୋଇଥିବାରୁ ତାଙ୍କର ଜୀବନୀ ଓ ପରାକାଷ୍ଠାକୁ ନେଇ ଅନେକ କଥାକୁ ଆଲୋଚନାର ଅନ୍ତର୍ଭୁକ୍ତ କରାଯାଇଥିଲା ।
ଯୁବ ମାନେ ଯେତେ ସକ୍ରିୟ ଆଉ ଜାଗ୍ରତ ହେବେ ଦେଶ ସେତେ ପ୍ରଗତି ପଥରେ ଆଗେଇବ। ବର୍ତ୍ତମାନ ସମୟରେ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ରାଜନୀତି, କୃଷି,ପ୍ରଯୁକ୍ତିବିଦ୍ୟା, ପରିବେଶ ଓ ଜଳବାୟୁ କ୍ଷେତ୍ରରେ କିପରି ଯୁବକ ତଥା ଛାତ୍ରଛାତ୍ରୀ ମାନେ ନୂତନ ଦିଶା ଆଣିପାରିବେ ତାହା ଆଲୋଚନ କରାଯାଇଥିଲା ।

ଜଣେ ଯୁବପିଢ଼ି ଭାବେ ସମାଜରେ କଣ ତାର ଅଧିକାର ରହିଛି, ଓ ସେମାନଙ୍କ ଦ୍ୱାରା କିପରି ଅନେକ ସମସ୍ୟାର ସମାଧାନ ହୋଇପାରିବ ଓ ଦେଶ ତଥା ରାଜ୍ୟର ବିଭିନ୍ନ ଛୋଟ ଛୋଟ ସମସ୍ୟା କିପରି ସମାଧାନ ହୋଇପାରିବ ସେନେଇ ସମସ୍ତେ ସଂକଳ୍ପ ନେବା ସହ ସେ ନେଇ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ଯୁବ ନେତା ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.