fbpx

ପୁଣି ନବୀନ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪ା୧ (ଓଡିଶା ଭାସ୍କର): ପୁଣି ନବୀନ ନମ୍ବରୱାନ୍ । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଛନ୍ତି । ନିକଟରେ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ନବୀନ ୫୧ ପ୍ରତିଶତ ରେଟିଂ ପାଇ ବେଷ୍ଟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଏହି ସଫଳତା ପରେ ନବୀନଙ୍କ ପାଖକୁ ଅନେକ ଶୁଭେଚ୍ଛା ପହଞ୍ଚିବାରେ ଲାଗିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୪୧ ପ୍ରତିଶତ ରେଟିଂ ପାଇବା ସହ ସର୍ଭେରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ୩୯ ପ୍ରତିଶତ ସହ ତୃତୀୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୩୫ ପ୍ରତିଶତ ସହ ଚତୁର୍ଥ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ୩୫ ପ୍ରତିଶତ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

ରାଜ୍ୟର ସମସ୍ୟା ଓ ସମାଧାନ ଦିଗରେ ସର୍ବଦା ନିଜର ଧ୍ୟାନ କେନ୍ଦ୍ରିତ କରିବାର ଫଳାଫଳ ନବୀନଙ୍କୁ ମିଳିଛି । ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ସେ ଓଡ଼ିଶା ରାଜନୀତିର ଅପ୍ରତିଦ୍ୱନ୍ଦ୍ୱୀ ନାୟକ ରହିଆସିଛନ୍ତି । ଓଡ଼ିଶାର ବିକାଶ ପାଇଁ ସେ ସର୍ବଦା ପ୍ରୟାସ ଜାରି ରଖିଆସିଛନ୍ତି । ବିଜେଡିକୁ ଆଗକୁ ନେବା ସହ ରାଜ୍ୟରେ ବିଜେପି ଓ କଂଗ୍ରେସକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ନବୀନ ।

Get real time updates directly on you device, subscribe now.