“ମୁମ୍ୱାଇ ଚିକିତ୍ସା ପାଇଁ ଯିବା ପୂର୍ବରୁ ଭୁବନେଶ୍ୱରରେ ହାଇଡ୍ରାମା କଲେ ନବୀନ”
ନବୀନଙ୍କୁ କଟାକ୍ଷ କଲେ ବିଜେପି ବିଧାୟକ ସରୋଜ ପାଢ଼ୀ।
ଭୁବନେଶ୍ୱର: ନବୀନଙ୍କୁ କଟାକ୍ଷ କଲେ ବିଜେପି ବିଧାୟକ ସରୋଜ ପାଢୀ। ଯିଏ ୨୪ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଆଉ ଟିକେଟ ପାଇ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ତାଙ୍କ କହିବା କଥା ନବୀନ କାଳେ ଡ୍ରାମାବାଜି କରୁଛନ୍ତି।
କାରଣ ନବୀନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ନେଇ ନବୀନ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ। ନବୀନ ଚିକିତ୍ସା ପାଇଁ ମୁମ୍ୱାଇ ଯିବେ ବୋଲି କହିଥିଲେ। ଆଉ ନବୀନଙ୍କ ଏପରି ପୋଷ୍ଟ ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।
ତେବେ ଦିନକ ପୂର୍ବରୁ ନବୀନ ଯେତେବେଳେ ଚିକିତ୍ସା ପାଇଁ ମୁମ୍ୱାଇ ବାହାରିଲେ ସେତେବେଳେ ନବୀନଙ୍କୁ ଦେଖିବା ପାଇଁ ଆଉ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ପାଇଁ ହଜାର ହଜାର ବିଜେଡି କର୍ମୀଙ୍କ ସହ ଅନେକ ସାଧାରଣ ଲୋକ ମଧ୍ୟ ରୁଣ୍ଡ ହୋଇଥିଲେ।
ଏହାକୁ ନେଇ ଏବେ ବିଜେପି ବିଧାୟକ ନବୀନଙ୍କୁ କଟାକ୍ଷ କରିବା ଆରମ୍ଭ କରିଛନ୍ତି। ସରୋଜ ପାଢୀ କହିଛନ୍ତି ନବୀନ ଚିକିତ୍ସା ପାଇଁ ଯିବା ପୂର୍ବରୁ ଏଠାରେ ଡ୍ରାମାବାଜି କଲେ। କାରଣ ଏବେ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି। ନବୀନ କି ବିଜେଡିର ଆଉ ଭବିଷ୍ୟତ ନାହିଁ। ଏପରିକି ଅନେକ ବିଜେଡି ନେତା ବିଜେପି ଆସିବାକୁ ଚାହୁଁଛନ୍ତି। ତେଣୁ ନବୀନ ସହାନୁଭୂତି ପାଇଁ ଏପରି ଡ୍ରାମା କରିଛନ୍ତି।