fbpx

ନବୀନଙ୍କ ଫିଲ୍ମ ଷ୍ଟାଇଲ ଚାଲି: ଚୁପ୍ ହୋଇଗଲେ ବିରୋଧୀ

Advertisement

ଭୁବନେଶ୍ୱର: ସବୁବେଳେ ନିଜର ସାଧାରଣ ଜୀବନଯାପନକୁ ନେଇ ଚର୍ଚ୍ଚାରେ ରହୁଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା କହି ବିରୋଧୀ ସମାଲୋଚନା କରୁଥିବାବେଳେ । ଏହି ସବୁ ଗୁଜବର ନିଜ ଷ୍ଟାଇଲରେ ଏକ ପ୍ରକାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ମାନୀୟ ଅତିଥି ଭାବରେ ଯୋଗଦେବା ସମୟରେ ତାଙ୍କର ଅନ୍ଦାଜରେ ବିରୋଧୀଙ୍କୁ କରିଛନ୍ତି ଚକିତ । ମୁଖ୍ୟମନ୍ତ୍ରୀଙ୍କ ଫିଲ୍ମ ଷ୍ଟାଇଲରେ ଚାଲି ବିଜେଡି କର୍ମୀଙ୍କୁ ଉତ୍ସାହିତ କରିବା ସହ ବିରୋଧୀଙ୍କୁ ହାଇ ଭୋଲ୍ଟେଜ ଝଟକା ଲାଗିଛି ।

ଆଗକୁ ପଞ୍ଚାୟତ ନିର୍ବାଚନ ଥବାରୁ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବା କହି ଅପପ୍ରଚାର କରିବା ସହ ସେଥିରୁ ରାଜନୈତିକ ଫାଇଦା ଉଠାଇବାକୁ ଦେଖିଥିବା ସ୍ୱପ୍ନ ଆଜି ଚୁରମାର ହୋଇଯାଇଛି । ପୂର୍ବରୁ ମଧ୍ୟ ଅନେକ ଥର ବିରୋଧୀଙ୍କୁ କିଛି ନ କହି କାମରେ କରି ଦେଖାଇଛନ୍ତି । ଆଉ ପଞ୍ଚାୟତ ପୂର୍ବରୁ ନବୀନଙ୍କ ଏହିଭଳି କେଜିଏଫ୍ ଷ୍ଟାଇଲରେ ଚାଲି ମାଷ୍ଟର ଷ୍ଟ୍ରୋକ୍ ରେ ବିରୋଧୀଙ୍କ ଅଙ୍କ ସବୁ ଗୋଳମାଳ କରିଦେଇଛନ୍ତି ।

Get real time updates directly on you device, subscribe now.