ଭୁବନେଶ୍ୱର: ବିଏମସି ଅଫିସରେ ଅଫିସରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲେ ବିରୋଧୀ ଦଳ ନେଲା ନବୀନ ପଟନାୟକ ।
ଘଟଣା ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ କହିଲେ ନବୀନ । ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଆକ୍ରମଣ ପଛରେ ଥିବା ରାଜନେତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କଲେ ନବୀନ ।
ଯେଉଁଠି ବରିଷ୍ଠ ଅଧିକାରୀ କାର୍ଯ୍ୟାଳୟରେ ସୁରକ୍ଷିତ ନୁହଁନ୍ତି, ସେଠାରେ ସାଧାରଣ ନାଗରିକ ସରକାରଙ୍କଠାରୁ କ’ଣ ଆଶା କରିବେ ।
ମୁଖ୍ୟମନ୍ତ୍ରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା ଥିବା କହିଛନ୍ତି ନବୀନ ।